ମହିମା ଆଶ୍ରମର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୦୯/୦୩/୨୦୨୫ (ଓଡ଼ିଶା ସମାଚାର)-ପ୍ରତିବର୍ଷ ପରି ଚଳିତବର୍ଷ ଫାଲଗୁନ ଶୁକ୍ଳପକ୍ଷ ଦଶମୀରେ ଅନ୍ଧାରୁଆ ଗ୍ରାମ ପ୍ରଭୁଦ୍ଧ ବିହାରସ୍ଥିତ ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାଇ ବ୍ରହ୍ମଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଧ୍ଵନି ସ୍ଥାପନ ଓ ଘୃତାବତୀ ପ୍ରଜ୍ବଳନ କରାଯାଇଥିଲା

ଉକ୍ତ ମହୋତ୍ସବରେ ମହିମା ଧର୍ମ ସମାଜର ପର ସନ୍ୟାସୀ ଓ ଅପର ସନ୍ୟାସୀ ଭକ୍ତବୃନ୍ଦ ଓ ଭକ୍ତ ପ୍ରେମୀ ଯୋଗ ଦେଇଥିଲେ ପାହାଡ଼ଟି ମହିମା ଅଲେଖ ଧର୍ମରେ କମ୍ପି ଉଠିବା ସହିତ ଧର୍ମୀୟ ବାତା ବରଣ ସୃଷ୍ଟି ହେଇଥିଲା

ସାୟମ ସମୟରେ ପ୍ରସାଦସେବନ ସହିତ ପ୍ରବଚନ, ଭଜନ, କୀର୍ତ୍ତନ କରାଯାଇଥିଲା ଉକ୍ତ ମହୋତ୍ସବଟିକୁ ଅନ୍ଧାରୁଆ ଗ୍ରାମବାସୀ ଓ ମହିମା ସମାଜ ର ଭକ୍ତମାନେ ସୁଚାରୁରୂପେ ପରିଚାଳନା କରିଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ ଥିଲେ

Leave a Reply

Your email address will not be published. Required fields are marked *