ଦଶରଥପୁର,୦୮/୦୩/୨୦୨୫(ଓଡ଼ିଶା ସମାଚାର)-ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ଥିତ ଧରମପୁର ସରକାରୀ ଉ.ପ୍ରା ବିଦ୍ୟାଳୟରେ ଆଜି ଆମ ସଂସ୍କୃତି ଆମ ଖେଳଣା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସିଆରସିସି ପ୍ରିୟରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ଅତିଥି କଳାକାର ହିମାଂଶୁ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୋଶନ ଦାସ, ପୂର୍ବତନ ସିଆରସିସି ଖଗେଶ୍ୱର ସାହୁ, ଗହିରାପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ଦାସ,ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇ ଥିବା ଆମ ସଂସ୍କୃତି ଆମ ଖେଳଣା କାର୍ୟ୍ୟକ୍ରମର ଉଦେଶ୍ୟ ଓ ତାତ୍ପର୍ୟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଆମ ସଂସ୍କୃତି ଓ ଆମ ଖେଳଣା ଉପରେ ବିଭିନ୍ନ ପ୍ରକାର କଳାକୃତି ପ୍ରଦର୍ଶନ କରାଯାଇ ଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା । କାର୍ୟ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରଜନୀ ରାଣୀ ସାହୁ, ସୁବ୍ରତା ସେନାପତି, ଶିକ୍ଷକ ଦୁଃଶାସନ ସେଠି, ଅମିତ ମହାପାତ୍ର ପ୍ରମୁଖଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା ମାନେ ସହଯୋଗ କରିଥିଲେ ।