ଖଜୁରିଆକଟା,୦୮/୦୩/୨୦୨୫(ଓଡ଼ିଶା ସମାଚାର)-ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ସଭାଗୃହରେ ଜାତୀୟ ସେବା ଯୋଜନା ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ + ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରୁ ୫୦ ଜଣ ଛାତ୍ରୀ ଓ ସ୍ଵେଛାସେବୀ ମାନଙ୍କୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିମଳ ପ୍ରଧାନ ପୌରହିତ୍ୟ କରିବା ସହ ସମାଜରେ ମହିଳା ମାନଙ୍କର ସମ୍ମାନ, ସୁରକ୍ଷା ସହିତ ନାର୍ଯ୍ୟ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଅଭିହିତ କରିଥିଲେ ।
ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଆୟୁଷ ମେଡିକାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ଃ. ନିବେଦିତା ବେହେରା, ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ନଗେନ୍ଦ୍ର ନାୟକ ଓ ମୁଖ୍ୟ ବକ୍ତା ରୂପେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ସମାଜରେ ମହିୟସୀ ନାରୀ ମାନଙ୍କର ଅବଦାନ ସମ୍ପର୍କରେ ସ୍ମୃତି ଚାରଣ କରିବା ସହିତ ଆଜିର ନାରୀମାନେ ପୁରୁଷ ମାନଙ୍କ ସମକକ୍ଷ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ପ୍ରେରଣା ଯୋଗାଇଥିଲେ ।
ସଭାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବ୍ରଜକିଶୋର ବେହେରା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲା ବେଳେ ଗଣିତ ବିଭାଗର ଅଧ୍ୟାପକ ଦୀପକ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।