ବିବେକାନନ୍ଦ ଶିଶୁ ମନ୍ଦିର ର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ

ଭୁବନ ,୨୭/୧୨/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ସ୍ଥିତ ବିବେକାନନ୍ଦ ଶିଶୁ ମନ୍ଦିର ର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ନଟବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା  ପୁରସ୍କାର ବିତରଣ ରେ ମୁଖ୍ୟ ଅତିଥି ଭାବେ ରତ୍ନାକର ଜେନା,ସମ୍ମାନିତ ଅତିଥି ଭାବେ ଦୟାନିଧି ବେହେରା,ଭଗବାନ ବାରିକ,ଅଚ୍ୟୁତାନନ୍ଦ ସାହୁ,ଭୀମସେନ ସାହୁ, ଅଦୈତ ସାହୁ,ବିକ୍ରମ ବେହେରା,ଶ୍ରୀମତୀ ଖୁଲଣା ରାଉତ ଯୋଗ ଦେଇଥିଲେ ।ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ପାଣି, ପ୍ରଧାନ ଆଚାର୍ୟ୍ୟା ଶ୍ରୀମତୀ ନିରୁପମା ମହାନ୍ତି, ଅନୁଷ୍ଠାନ ର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗ ରେ କ୍ରୀଡା ଉତ୍ସବ ଦୁଇଦିନ ଧରି ସଫଳତାର ସହିତ ସମ୍ପାଦିତ ହୋଇଥିଲା । ୬୮ ଟି ଇଭେଣ୍ଟ ସହିତ ମାଆ ମାନଙ୍କର ହୁଳହୁଳି ପ୍ରତିଯୋଗିତା, ସଙ୍ଗୀତ ଚୌକି ପ୍ରତି ଯୋଗିତା, ଗୁରୁମା ମାନଙ୍କ ର ସଙ୍ଗୀତ ଚୌକି ପ୍ରତି ଯୋଗିତା ଉତ୍ସବ  କୁ ରୋଚକ କରିଥିଲା। ଶ୍ରୀ ବିକ୍ରମ ବେହେରା,ଶ୍ରୀ ରାଜିବ ଲୋଚନ ବେହେରା ଖେଳକୁ ପରିଚାଳନା କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *