କେନ୍ଦ୍ରାପଡ଼ା, ୧୭/୦୮/୨୦୨୫(ଓଡ଼ିଶା ସମାଚାର)- ଅର୍କ ଏକାଡେମୀ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଜିଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଲେଜ ପରିଚାଳନା ପରିଷଦର ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।
ଏଥିରେ ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଏମବିଏ ବିଭାଗ ପ୍ରଫେସର ଡ. ସୁଜିତ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଗୟାଧର ଧଳ, ସମ୍ମାନୀତ ଅତିଥି ଭାବେ ଜାତୀୟ ସ୍ୱାସ୍ଥ୍ୟ ମିଶନର ସଂଯୋଜକ ଡା. ଦେବଦୂର୍ଲଭ ନାୟକ, କଲେଜ ଏକାଡେମିକ ଡାଇରେକ୍ଟର ପ୍ରଶନ୍ନ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।
ଅତିଥି ଡା. ନାୟକ ସମ୍ପ୍ରତି ସମାଜରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଡ. ଆଚାର୍ଯ୍ୟ ବୈଷୟିକ ଶିକ୍ଷାର ଗୁରୁତ୍ୱ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।
ମୁଖ୍ୟବକ୍ତା ଶ୍ରୀ ଧଳ ସମ୍ପ୍ରତି ବୈଷୟିକ ଶିକ୍ଷାର ଆବଶ୍ୟକତା ତଥା ଛାତ୍ର ଜୀବନର ଶୃଙ୍ଖଳା ଏବଂ ଅଭିସନ୍ଧି ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ସୁବ୍ରତ କୁମାର ପାତ୍ର ଅନୁଷ୍ଠାନର ଆଚରଣ ସଂହିତା ସମ୍ବନ୍ଧରେ ଅବଗତ କରାଇଥିଲେ । ଏହି ଉତ୍ସବରେ କଲେଜର ବିଭିନ୍ନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସାଂସ୍କୃତିକ ବିଭାଗର ସଂଯୋଜକ ଓ ସଂଯୋଜିକା ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶୃଙ୍ଖଳା କମିଟି ମୁଖ୍ୟ ଉପସ୍ଥିତ ରହି ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅଧ୍ୟାପକ କଳ୍ପତରୁ ମିଶ୍ର ଓ ପୂଜାଶ୍ରୀ ସେଠୀ ମଂଚ ପରିଚାଳନା କରିଥିଲେ । ଶେଷରେ ପୂଜାଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
