କଟକ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

କଟକ ସଦର, ୦୩/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ଆଜି (ସୋମବାର) ଅପରାହ୍ନରେ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ହରପ୍ରିୟା ନାୟକ ଙ୍କ ପୈ।ରୋହିତ୍ୟରେ କନ୍ଦରପୁର ଠାରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ୧୪୬ ଜଣଙ୍କୁ ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟିକ୍ରିୟା,୧୧ ଜଣଙ୍କୁ ପ୍ରସୁତୀ କାଳୀନ,୯୬୩ ଜଣଙ୍କୁ ଵିଵାହ,୧୦୬ ଜଣଙ୍କୁ ଶିକ୍ଷା ସହାୟତା ବାବଦକୁ ୭ କୋଟି ୯୩ ଲକ୍ଷ,୪୦ ହଜାର ୨୨୦ ଟଙ୍କା ର ସହାୟତା ରାଶି ପ୍ରଦାନ କରିବା ସହିତ ୫୦ ଜଣଙ୍କୁ ନୁଆ ଶ୍ରମ କାର୍ଡ ବଣ୍ଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବିଶିଷ୍ଟ ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ହୃଷିକେଶ ଜେନା, ନିରଞ୍ଜନ ରାଉଳ, ଅଭୟ ସ୍ୱ।ଇଁ,ସୁରେଶ ଜେନା, ଲକ୍ଷ୍ମୀପ୍ରିୟା ସ୍ୱ।ଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପରିଚାଳନା ରେ ଶ୍ରମିକ ନେତା କମଲ ବାବୁ ପ୍ରମୁଖ ସହାୟତା କରିଥିଲେ। ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରିତି ବନ୍ଧନ ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *