କ୍ରୀଡ଼ାପ୍ରେମୀ ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର ସମ୍ବର୍ଦ୍ଧିତ

ନିରାକାରପୁର, ୨୭/୧୨/୨୦୨୩ (ଓଡ଼ିଶା ସମାଚାର)- କ୍ରୀଡ଼ାପ୍ରେମୀ ତଥା ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର ( କୁନୁ ସାର)ଙ୍କୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ ତରଫରୁ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦୀର୍ଘ ବର୍ଷ ଧରି ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଜଡ଼ିତ ରହି କିପରି ଉନ୍ନତ ମାନର ଟୁର୍ଣ୍ଣାମେଣ୍ଟ ହୋଇ ପାରିବ ସେଥିପାଇଁ ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ାପ୍ରେମୀ ଶ୍ରୀ ମିଶ୍ର ପେଶାରେ ଜଣେ ଶିକ୍ଷକ ହୋଇଥିଲେ ବି ନିଶା ତାଙ୍କ ଫୁଟବଲ ଖେଳ ଆୟୋଜନରେ। ତା ସହିତ ଶ୍ରୀ ମିଶ୍ର ନିଜକୁ ସମାଜସେବା କାର୍ଯ୍ୟରେ ନିୟୋଜିତ କରି ଅନ୍ୟମାନଙ୍କ ର ପ୍ରୀୟଭାଜନ ହୋଇ ପାରିଛନ୍ତି। ସେ ସେଚ୍ଛାସେବୀ ଅନୁଷ୍ଠାନ ସହଯୋଗର ଜଣେ ସକ୍ରିୟ ସଭ୍ୟ ଅଟନ୍ତି। ତାଙ୍କୁ ସାଂସଦ ମୁନ୍ନା ଖାଁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସମୟରେ ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *