ତିହିଡି, ୦୧/୦୩/୨୦୨୫ (ଓଡ଼ିଶା ସମାଚାର)- ତିହିଡି ବ୍ଲକ ତାଳପଦା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଜୟଶ୍ରୀ ବେହେରା, ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟ ତଥା ବରିଷ୍ଠ ଆଇନଜୀବି ଚିନ୍ତାମଣି ଦାସ, ସମ୍ମାନିତ ଅତିଥି ଭାବରେ ମନମୋହନ ସହଯୋଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ହରିବନ୍ଧୁ ପାଣିଗ୍ରାହୀ, ଖାଙ୍କିହାଟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପତି, ସମାଜସେବୀ ବାଣିକଲ୍ୟାଣ ମହାପାତ୍ରଓ ଜଇରାମ ବାରିକ, ସି ଆର ସି ସି ଶିବବ୍ରତ ମିଶ୍ର, ଶିକ୍ଷା କମିଟିର ସଭାପତି ପ୍ରଶାନ୍ତ ଜେନା ଅତିଥି ଭାବରେ ଯୋଗଦେଇଥିଲେ ।
ଏହି ଉତ୍ସବରେ ଆଶିଷ କୁମାର ସାହୁ ରଶ୍ମିରେଖା ମହାପାତ୍ର, ସରସ୍ବତୀ ସେଠି, ଏସ କେ ସୋଏବ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ, ମୁଖ୍ୟ ବକ୍ତା ଚିନ୍ତାମଣି ଦାସ ଛାତ୍ର ଛାତ୍ରୀ ମାନେ ଦେଶ ତଥା ଜାତିର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ, ଅନ୍ୟତମ ଶିକ୍ଷକ ତାପସ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଭ୍ୟ ସଭ୍ୟା ରୀନା ରାଣୀ ସ୍ୱାଇଁ, ଲଷ୍ମୀପ୍ରିୟା ମହାପାତ୍ର, ରିତାଞ୍ଜଳୀ ବେହେରା, ସୁବାସିନୀ ମହାନ୍ତି, ମାନସୀ ଜେନା, ସଂଜୀବ ରାଉତ, ପ୍ରକାଶ ଦାସ, ପଦ୍ମଲୋଚନ ଦାସ ଓ ନ।ୟବ ସରପଞ୍ଚ ରଂଜିତା ସେଠି, ପାଚିକା ଜୟନ୍ତୀ ଜେନା ଓ ସରସ୍ବତୀ ଜେନା ଉପସ୍ଥିତ ରହି ସହଯୋଗ କରିଥିଲେ ।
