ନିରାକାରପୁର, ୧୨/୦୩/୨୦୨୪ (ଓଡ଼ିଶା ସମାଚାର)- ନେହୁରୁ ଯୁବ କେନ୍ଦ୍ର ଭୁବନେଶ୍ୱର ଙ୍କ ସହଯୋଗ ରେ ବିଜୟଲକ୍ଷ୍ମୀ କ୍ଲବ ଦ୍ୱାରା ୭ମ ବାର୍ଷିକ କ୍ଲଷ୍ଟର ଲେବୁଲୁ ଏକ ଦିବସୀୟ ଭଲିବଲ ଦିବା ରାତ୍ର ଟୁର୍ଣ୍ଣାମେଣ୍ଟ ରମାବିଲି ମିନି ପାର୍କ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା ଜ଼ିଲ୍ଲାର ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ଫାଇନାଲ ମ୍ୟାଚ ବାଦବାରବାଟୀ କୁ ସିଧାସଳଖ ୨-୦ ସେଟ ରେ ଛତ୍ରପଡା ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।ଏହି ମ୍ୟାଚ କୁ ରେଫରୀ ଶରତ ଚନ୍ଦ୍ର ଛୋଟରାୟ ପରିଚାଳନା କରିଥିଲେ। ବିଜୟଲକ୍ଷ୍ମୀ କ୍ଲବ ର ସମ୍ପାଦକ କାର୍ତ୍ତିକ ସାମନ୍ତରାୟ, ସ୍ୱେଚ୍ଛାସେବୀ ସତ୍ୟନାରଣ ଶ୍ରୀଚନ୍ଦନ ଯୋଗଦେଇ ଥିଲେ।ବିଶ୍ୱଜିତ ରାଉତରାୟ,ଦେବାଶିଷ ପଣ୍ଡା,ଦିବାକର ବେହେରା, ବନମାଳୀ ସୁନ୍ଦରା, ଭାରତ ସୁନ୍ଦରାୟ, ବବଲୁ ସୁନ୍ଦରାୟ, ବଂଟି ସୁନ୍ଦରାୟ, ସଦେଇ ପାଇକରାୟ,ଗୋପୀନାଥ ସାମନ୍ତରାୟ, ଗେଡୁ ବଳବନ୍ତରାୟ, ସିନ୍ଧୁ ବଳବନ୍ତରାୟ, ଅମରେଶ ସହୂ, ଭାଗିରଥି ଚମ୍ପତି ପ୍ରମୁଖ ଯୁବ ସ୍ୱାସଚ୍ଛାସେବୀ ମାନେ ସହଯୋଗ କରିଥିଲେ।
୭ମ ବାର୍ଷିକ କ୍ଲଷ୍ଟର ଲେବୁଲୁ ଏକ ଦିବସୀୟ ଭଲିବଲ
