କିଡନୀ ଆକ୍ରାନ୍ତ ପରିବାରକୁ ସରକାରୀ ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ

କଟକ ସଦର, ୨୭/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ନାରଦା ଗ୍ରାମର ଜନୈକ ଗରୀବ ଅଟୋ ଚାଳକ ସୟଦ୍ ଆବାସ ଅଲ୍ଲୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଜକୁ ଦୁଇବର୍ଷ ହେଲା ଜୀଵନ ଯୁଦ୍ଧରେ ସଂଗ୍ରାମ କରୁଥିବା ‘ଓଡିଶା ସମାଚାର’ରେ ବିସ୍ତ୍ରୁତ ଖଵର ପ୍ରକାଶ ପାଇବା ପରେ ତାଙ୍କ ପରିବାରକୁ ସହାୟତା ର ହାତ ଲମ୍ବିଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଗତକାଲି (ବୁଧବାର ଦିନ) ପୀଡିତ ପରିବାରକୁ ଭେଟି କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ର‌ ମାତ୍ର ଗୋଟିଏ ଦିନ ନପୁରୁଣୁ  ଅର୍ଥାତ୍ ଆଜି (ଗୁରୁବାର ଦିନ) ସରପଂଚ ଅବଦୁଲ ୱ।ହିଦ୍ ଖାଁ ଙ୍କ ପରାମର୍ଶ କ୍ରମେ ଵ୍କକ୍ ପ୍ରଶାସନ ପକ୍ଷରୁ ପୀଡିତ ପରିବାରର ସହାୟତା ଦେବାକୁ ସରଜମିନ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ପୀଡିତ ପରିବାରକୁ ଏକ ସରକାରୀ ଅନ୍ତଦ୍ୱୟ ପକା ଘର ସହିତ ଅନ୍ୟାନ୍ୟ ସରକାରୀ ସହାୟତା ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏଥିପାଇଁ ପଞ୍ଚାୟତଵାସୀ ଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *