୩୦ତମ ନିରାକାରପୁର ସର୍ବ ଭାରତୀୟ ସଖା ସଂଘ ଫୁଟବଲ : ଖଡ଼ଗପୁର ଏମ ବି ସି ୨-୦ ଗୋଲରେ ବିଜୟୀ

ନିରାକାରପୁର, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ୩୦ତମ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଆଜିର ଦ୍ୱିତୀୟ ଦିବସ ମ୍ୟାଚରେ ୨-୦ ଗୋଲରେ ଖଡ଼ଗପୁର ଏମ ବି ସି ବିଜୟୀ ହୋଇଛି। ଆଜିର ମ୍ୟାଚ ଖଡ଼ଗପୁର ଏମ ବି ସି ଏବଂ ମା ତାରିଣୀ ଫୁଟବଲ କ୍ଳବ୍ ତରତରା, କେଉଁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ୩୨ ମିନିଟ ପରେ ଖଡ଼ଗପୁର ଦଳର ୧୯ ନଂ ଜର୍ସି  ମୁନା ସିଂ ଓ ଦ୍ୱିତୀୟାର୍ଧ ଖେଳର ୨୫ ମିନିଟ ପରେ ୪୫ ନଂ ଜର୍ସି କିଶାନ ମାରାଣ୍ଡି ଗୋଟିଏ ଗୋଟିଏ ଗୋଲ କରି ଦଳକୁ ଆଗେଇ ନେଇଥିଲେ। ଆଜିର ଖେଳକୁ ସେଖାୱାତ୍ ଖାଁ , ଅଭିନାଶ ପଟ୍ଟନାୟକ, ବିଜୟ ମଙ୍ଗରାଜ ଓ ଅକ୍ଷୟ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ପୌରାଞ୍ଚଳ ଅଧକ୍ଷା କନକଲତା ସ୍ବାଇଁ, ବିଶିଷ୍ଟ ଅତିଥି ଭାବେ ଖୋର୍ଦ୍ଧା ବିଜୁ ଜନତା ଦଳର ସଭାନେତ୍ରୀ ଗୀତାଞ୍ଜଳୀ ପାଟ୍ଟଶାଣୀ, ସମ୍ମାନୀତ ଅତିଥି ଭାବେ ଡାକ୍ତର ସୁଇନ୍ଦୁ କେଶରୀ ନାରାୟଣ ଦାଶ, ସାମ୍ବାଦିକ ଅନୁପମ ପ୍ରହରାଜ ଓ ଆଇନଜୀବୀ ସ୍ଵସ୍ତିକ କୁମାର ରଥ, ସଖା ସଂଘ କ୍ରୀଡ଼ା ସଂସଦ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହ ସମାରୋହରେ ସଭାପତିତ୍ବ କରିଥିଲେ । ସଭାକୁ ଶିକ୍ଷାବିତ୍ କମଳ ଲୋଚନ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜେନା, ସମ୍ପାଦକ ଭାଗିରଥି ପ୍ରଧାନ, ସହ ସମ୍ପାଦକ ଦୀପକ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହରିହର ସିଂହ, ବରିଷ୍ଠ କର୍ମକର୍ତ୍ତା ମହେଶ୍ୱର ବେହେରା , ବିଭୂତି ଭୂଷଣ ଦାଶ, ଅରକ୍ଷିତ ଦଳେଇ,  ଅପର୍ତ୍ତି ଜେନା,ପ୍ରକାଶ କୁମାର ବଳିଆରସିଂହ , ପ୍ରକାଶ ଦାସ, ବିଧୂ ଭୁଷଣ ମହାରଣା, ପ୍ରଶାନ୍ତ କୁମାର ପାଟ୍ଟଶାଣୀ, ରମାକାନ୍ତ ପୁରୋହିତ, ମନୋଜ ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ସଂଘ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ଵର୍ଗତା ମାତା ଉଷାରାଣୀ ପ୍ରଧାନ ଓ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ସ୍ଵର୍ଗତା ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ଦଳର ଖେଳାଳି ସଞ୍ଜୟ ବେଶରା ଓ ମୁନା ସିଂଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ମ୍ୟାଚ ଏମ ବି ସି ,ଖଡ଼ଗପୁର ଓ ପପୁଲାର କ୍ଲବ , ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *