କିଡନୀ ଆକ୍ରାନ୍ତ ରୋଗୀଙ୍କ ପରିବାର କୁ ସହାୟତାର ହାତ ବଢ଼ାଇଲା ବିଷ୍ଣୁପ୍ରିୟା ସେବା ସମିତି

କଟକ ସଦର, ୨୬/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ନାରଦା ଗ୍ରାମର ଜନୈକ ଗରୀବ କିଡନୀ ଆକ୍ରାନ୍ତ ରୋଗୀ ସୟଦ୍ ଆବାସ ଅଲ୍ଲୀ ଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗତ ୧୦ ତାରିଖ ରେ ‘ଓଡିଶା ସମାଚାର’ରେ ବିସ୍ତ୍ରୁତ ଖଵର ପ୍ରକାଶ ପାଇବା ପରେ ଏଵେ ପୀଡିତ ପରିବାରକୁ ସହାୟତା ର ହାତ ଲମ୍ବିଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଆଜି (ବୁଧବାର )ସଂଧ୍ୟାରେ ଅଗ୍ରଣୀ ସାମାଜିକ ସଂଗଠନ ‘ ବିଷ୍ଣୁପ୍ରିୟା ସେବା ସମିତି ‘ ପକ୍ଷରୁ ଏହାର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପୀଡିତ ପରିବାରକୁ ଭେଟି ସରପଂଚ ଅବଦୁଲ  ୱ।ହିଦ ଖାଁ ଓ ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ ଙ୍କ ଉପସ୍ଥିତିରେ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି।

ଏଥିସହିତ ପୀଡିତ ପରିବାରକୁ ଏକ ସରକାରୀ ପକା ଘର ଯୋଗାଇ ଦେବାକୁ ପଞ୍ଚାୟତ ସ୍ତରରୁ ପ୍ରକ୍ରିୟା ସାରିବାକୁ ସରପଂଚ ଓ ସମିତି ସଭ୍ୟ ଙ୍କୁ ଅଧ୍ୟକ୍ଷା ପରାମର୍ଶ ଦେବା ସହିତ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ପୀଡିତ ପରିବାରକୁ ସହାୟତା ସେବା ସମିତି ପକ୍ଷରୁ ସହାୟତା ଅବ୍ୟାହତ ରହିବ ବୋଲି ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *