ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ।

ଯାଜପୁର,୦୬/୦୧/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ପୌରପାଳିକା ଅଧିନସ୍ଥ ମ୍ୟୁନିସପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଦୀନବନ୍ଧୁ ଲେଙ୍କା ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ପ୍ରବାସୀ ଭାରତୀୟ ଦିବସର ତାପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ମ୍ୟୁନିସପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତ ରଞ୍ଜନ ସେଠୀ, ପ୍ରମୂଖ ପ୍ରବାସୀ ଭାରତୀୟ ଓ ସେମାନଙ୍କର ପ୍ରତିଭା ଓ ଅବଦାନ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ଏବଂ ମୁଖ୍ୟ ଅତିଥି ନିଜର ସାବଲୀଳ ଭଙ୍ଗୀରେ କବିତା ମାଧ୍ୟମରେ ଅତି ସୁନ୍ଦର ଭାବରେ ପ୍ରବାସୀ ଭାରତୀୟଙ୍କ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ସଭାର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟା ଭାରତୀୟ ଓ ସେମାନଙ୍କର ରୁଚି ଓ ପ୍ରତିଭା ତଥା ରାଜ୍ୟର ସାଂସ୍କୃତିକ ପରମ୍ପରାକୁ ଉଜ୍ଜଳିତ କରିବ ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ବିଦ୍ୟାର୍ଥୀ ମାନଙ୍କ ପାଇଁ ଓଡ଼ିଆ ଓ ଇଂରାଜୀ କୁଇଜ୍, ସାଇକେଲ ଚାଳନା, ଏବଂ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଓଡ଼ିଆ ଓ ଇଂରାଜୀ ରଚନା ସହ ସମସ୍ତ ବର୍ଗର ପୋଷ୍ଟର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ୧୦ ଟି ବ୍ଲକରୁ ୧୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଶେଷ ପର୍ଯ୍ୟାୟରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର  ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *