ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ 

ଭୁବନ, ୨୩/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜ ଛାତ୍ରାବାସ ଓ ଛାତ୍ରୀନିବାସ ର ସମସ୍ତ ଛାତ୍ର ଛାତ୍ରୀ ମନେ କଲେଜ ପରିସରକୁ ସଫା ସୂତରା କରିଥିଲେ । ନେତାଜୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜିତ କୁମାର ବେହେରା ମହାନ୍ ଦେଶପ୍ରେମୀ,ବିପ୍ଳବୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଚିନ୍ତା ଧାରା ରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ଭକ୍ତ ହୋଇ କାର୍ଯ୍ୟ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ।

 ଅଧ୍ୟାପକ ସୁରେଶ କୁମାର ମିଶ୍ର, ଦୀପକ ପ୍ରଧାନ, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର , ମୂଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହି ସୁବାଷ ବୋଷ ଙ୍କ ନୀତି, ଆଦର୍ଶ ଓ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *