ଶ୍ରୀ ଶ୍ରୀ  ନୀଳକଣ୍ଠେଶ୍ଵର  ମହାରୁଦ୍ର ଦେବଙ୍କ ମନ୍ଦିର ପ୍ରତିଷ୍ଠା  

ପାଟକୁରା ୨୬/୦୨/୨୦୨୫ (ଓଡିଶା ସମାଚାର )-ଗରଦପୁର ବ୍ଳକ ବେଡାରୀ ଗ୍ରାମପଂଚାୟତ ଅଧୀନ ଦଳୁଆଣୀ ଗ୍ରାମରେ ଆଜି ମହାଶିବ ରାତ୍ରୀ ଓ ଜାଗର ରେ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ମହାରୁଦ୍ର ଦେବ ଙ୍କ ନୂତନ ମନ୍ଦିରପ୍ରତିଷ୍ଠା ଅନୁଷ୍ଠିତ ହେଉଛି । ଯଜ୍ଞ କାର୍ଯ୍ୟ ପରିଚାଳନା ପାଇଁ ଦୀପକ ରଞ୍ଜନ ପଣ୍ଡା, ଜିତେନ୍ଦ୍ର ରଥ, ପ୍ରିୟରଞ୍ଜନ ପଣ୍ଡା, ନିର୍ମଳ ତ୍ରିପାଠୀ,ପ୍ରଦ୍ୟୁନ୍ନ ମହାପାତ୍ର, ମନୋଜ ଦାଶ ପ୍ରମୁଖ ନିୟୋଜିତ ଅଛନ୍ତି ।

ସୋମବାର ଦିନ ପବିତ୍ର ଚିତ୍ରୋତ୍ପଳା ନଦୀରେ ପୂଜାପାଠ ହେବାପରେ ଶ୍ରଦ୍ଧାଳୁ ମାନେ କଳସ ଯାତ୍ରାରେ ଆସି ମନ୍ଦିର ନିକଟ ଯଜ୍ଞ ମଣ୍ଡପ ନିକଟରେ ସ୍ଥାପନ କରିଥିଲେ । ସୂର୍ଯ୍ୟ ପୂଜା, ଗୋପୁଜା, ଘଟ ମଣ୍ଡପ ଆବାହନ ପରେ ଅଗ୍ନି ସ୍ଥାପନ କରାଯାଇଥିଲା  ମଙ୍ଗଳ ବାର ଦିନ ସୂର୍ଯ୍ୟ ପୂଜା, ଗୋପୁଜା, ମନ୍ଦିର ସ୍ନାନ, ନଗର ପରିକ୍ରମା ପରେ ଆରତୀ ଓ ପୁଷ୍ପାଞ୍ଜଳି କାର୍ଯ୍ୟସମାପନ କରାଯାଇଥିଲା । ଆଜି ସକାଳେ ସୂର୍ଯ୍ୟ ପୂଜା, ଗୋପୁଜା ପରେ ସିଂହାସନ ପ୍ରତିଷ୍ଠା, ବିଗ୍ରହ ପ୍ରତିଷ୍ଠା,ପାର୍ଶ୍ଵ ଦେବତା ପ୍ରତିଷ୍ଠା ହୋଇ ଅଭିଷେକ କାର୍ଯ୍ୟ ହୋଇଛି । ରାତ୍ରି ଆଠ ଘଟିକାରେ ପୂର୍ଣ୍ଣାହୁତି ହେବ ବୋଲି ପରିଚାଳନା କମିଟି ସୂଚନାଦେଇଛନ୍ତି  ।

ଦିଲ୍ଲୀପ ଜେନା ଓ ଶ୍ରୀମତୀ ଜେନା ମନ୍ଦିର ପ୍ରତିଷ୍ଠାରେ କର୍ତ୍ତା ଭାବେ ଆଶ୍ରିତ ଅଛନ୍ତି । ଏତତ ବ୍ୟତୀତ ରାତ୍ର ଏଗାରଟା ସମୟରେ ମହାଦୀପ ଉଠିବାର ସମୟ ନିର୍ଘଣ୍ଟ ହୋଇଥିବାର ଜଣାଯାଇଛି । ଗ୍ରାମର ପ୍ରଦୀପ ଦାଶ, ଅଧିକାରୀ ବଂଶୀଧର ଦାଶ, ଅଭୟ ବେହେରା, ଅଭୟ ସେନାପତି, ମଧୁସୂଦନ ଜେନା, ବିଚିତ୍ର ଜେନା,ମାନସ ଭୋଳ, ଅମର ଲେଙ୍କା, ଗିରିଶ ଭୋଳ, ଲେଲିନ ସେନାପତି, ଭଗବାନ ବେହେରା,, ଯୋଗେନ୍ଦ୍ର ବେହେରା,ନିରଞ୍ଜନ ସେଠୀ, ବାବୁଲି ଜେନା, ସନାତନ ମଲିକ, ସୁରେଶ ଭୋଳ, ରସାନନ୍ଦ ଜେନା,କୈଳାସ ମଲ୍ଲିକ, ପ୍ରକାଶ ଭୋଳଙ୍କୁ ନେଇ ଏକ ପରିଚାଳନା କମିଟି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ତଦାରଖ କରୁଛନ୍ତି ଓ ଗ୍ରାମର ସମସ୍ତ ଜନସାଧାରଣ  ମନ୍ଦିର ପ୍ରତିଷ୍ଠାରେ ସାହାଯ୍ୟ -ସହଯୋଗ କରୁଛନ୍ତି ।   

Leave a Reply

Your email address will not be published. Required fields are marked *