ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର, ୧୦/୭/୨୦୨୪ (ଓଡ଼ିଶା ସମାଚାର)-  ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ସହ ଇଡକୋ ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସହିତ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯାଇଛି। ଜି. ମାଥିଭାଥନନଙ୍କୁ ଗୃହ ଏବଂ ସହରୀ ଉନ୍ନତିକରଣ ବିଭାଗରୁ ବଦଳି କରାଯାଇ ଉଷା ପାଢ଼ୀଙ୍କୁ ଏହି ବିଭାଗ ଦାୟିତ୍ୱ ମିଳିଛି। ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ଏବଂ ଶକ୍ତି ବିଭାଗ ଦାୟିତ୍ୱ ମିଳିଥିବା ବେଳେ ବିଶାଳ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ତଥା ୧୯୯୩ ବ୍ୟାଚ୍‌ର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ହେମନ୍ତ ଶର୍ମାଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିଭଳି କ୍ରୀଡ଼ା ବିଭାଗ ସହିତ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ଆର. ଭିନୀଲୀକ୍ରିଷ୍ଣାଙ୍କୁ ଲ୍ୟାଣ୍ଡ ରେକର୍ଡ ଏବଂ ସେଟଲମେଣ୍ଟ ବିଭାଗକୁ ବଦଳି କରାଯାଇଛି।  ଭାସ୍କରଜ୍ୟୋତି ଶର୍ମାଙ୍କୁ ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଦାୟିତ୍ବ ମିଳିଛି।

Leave a Reply

Your email address will not be published. Required fields are marked *