କେନ୍ଦ୍ରାପଡା,୨୫/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ(ଏସଡିପିଓ) ଭାବେ ଜ୍ୟୋତିରଞ୍ଜନ ଗୈାଡ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ଗୈାଡ କଟକସ୍ଥିତ ରାଜ୍ୟ ପୋଲିସ ମାନବଧିକାର ସୁରକ୍ଷା ସେଲ(ଏଚଆରପିସି)ର ଡିଏସପି ଭାବେ କାର୍ଯ୍ୟରତ ଥିଲେ ।
ଏଠାରେ ଥିବା ଏସଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କର କୋରାପୁଟ ଜିଲାର ନନ୍ଦପୁର ଏସଡିପିଓ ଭାବେ ବଦଳି ହୋଇଥିବାରୁ ତାଙ୍କୁ ଏଠାରୁ ଭାରମୁକ୍ତ କରିଦିଆଯାଇଛି । ନୂତନ ଏସଡିପିଓ ଶ୍ରୀ ଗୈାଡା ପୂର୍ବରୁ କେନ୍ଦ୍ରାପଡା ଜିଲାର ପାଟକୁରା ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।