“ଆକା” ଆମେଚର କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଲକ୍ଷ୍ମଣ ୧୧ ଚମ୍ପିୟାନ

କଟକ ସଦର , ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କିଶନନଗର ଠାରେ “ଆକା” ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ୨ୟ ଆକା ଆମେଚର ୫ ଦିନିଆ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ୧୬ ଟିମ୍ ଭାଗ ନେଇଥିବା ଵେଳେ ଅବୁଜା ୧୧ ଟିମ୍ ବରଗଡ଼କୁ ହରାଇ ଲକ୍ଷ୍ମଣ ୧୧ ଟିମ୍ ଢେଙ୍କାନାଳ ଚମ୍ପିୟାନ ହୋଇଥିଲା। ଏହି ଅବସରରେ ‘ଆକା’ର ସଭାପତି ଇଂ ଦେଵଵଵ୍ରତ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁବ୍ରତ ବେହେରା, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,’ ଆକା’ ର ଉପସଭାପତି ସୟଦ ଏରଫାନ ଅଲ୍ଲୀ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ୫୦ ହଜାର ଅର୍ଥ ରାଶି ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୩୦ ହଜାର ଅର୍ଥ ରାଶି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *