ତ୍ରୟୋଦଶ ରାଜ୍ୟସ୍ତରୀୟ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

ଯାଜପୁର, ୧୮/୧୨/୨୦୨୩ (ଓଡ଼ିଶା ସମାଚାର)- ତ୍ରୟୋଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା ବାଳାଶ୍ରମ ପଡ଼ିଆରେ ପୁସ୍ତକ ମେଳାର ସଭାପତି ସନ୍ତୋଷ କୁମାର ନନ୍ଦଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ପୂର୍ବତନ ସନ୍ଧ୍ୟା ଅଧିବେସନକୁ ଉଦ୍ଘାଟନ କରିଥିଲେ । ସହ ସମ୍ପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲା ସ୍ତୋତ୍ର ପାଠ କରିଥିଲେ । ସଂଗଠନ ସମ୍ପାଦକ ହୃଷିକେଶ ପତି ଅତିଥି ମାନଙ୍କୁ ସ୍ୱାଗତ ଓ ଉପସଭାପତି ବିଭୂତି ଭୂଷଣ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଡ଼ଃ କାହ୍ନୁ ଚରଣ ମିଶ୍ର ପୁସ୍ତକ ମେଳା ସଂମ୍ପର୍କରେ ବିଶଦ ଭାବରେ ବିବରଣୀ ପ୍ରଦାନ କରିଥିଲେ । ଉଦ୍ଘାଟକ ରାମଚନ୍ଦ୍ର ଖୁଂଟିଆ ପୁସ୍ତକ ତତ୍କାଳୀନ ସମାଜ ଓ ସମୟର ନିଖୁଣ ଚିତ୍ର ପ୍ରଦାନ କରି ଜନଜୀବନର ସମସ୍ୟା ଓ ସମ୍ଭାବ୍ୟ ପରିସ୍ଥିତି ଓ ପରିବେଶ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ । ଖଣ୍ଡିଏ ଖଣ୍ଡିଏ ପୁସ୍ତକ ଗୋଟିଏ ଗୋଟିଏ ଦେଶ ଓ ଜାତିର ସମ୍ବିଧାନକୁ ବଦଳେଇ ଦେବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଉଲ୍ଲେଖ କରିବା ସହିତ ତ୍ରୟୋଦଶ ପୁସ୍ତକ ମେଳାର ଉନ୍ନତି ଓ ଅଭିବୃଦ୍ଧି ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲା ସଦସ୍ୟ ତଥା ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଂପାଦକ ରମାକାନ୍ତ ଜେନା ଯୋଗଦେଇ ପୁସ୍ତକ ମନୁଷ୍ୟର ଜ୍ଞାନ ଓ ଭାଷାକୁ ରୁଦ୍ଧିମନ୍ତ କରିବା ସହ ସଭ୍ୟ ଓ ଶିକ୍ଷିତ ଓ ମାର୍ଜିତ କରିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାଭାବେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା କମିଟିର ସଦସ୍ୟ ସଚିବ ଡା. ସୁବ୍ରତ କୁମାର ପୃଷ୍ଟି ଯୋଗଦେଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ବହୁ ଉଚ୍ଚକୋଟିର ଓଡ଼ିଆ ଉପନ୍ୟାସ ଭାରତର ଅନ୍ୟାନ୍ୟ ବହୁ ଭାଷାରେ ଅନୁବାଦିତ ହୋଇ ବହୁଭାଷା ମଧ୍ୟ ସଂପର୍କ ସୃଷ୍ଟି ହୋଇଛି ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ କାହ୍ନୁ ଚରଣ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ବିରଂଚିନାରାୟଣ ଦାସ ଯୋଗଦେଇ ଭାଷାକୁ ଉନ୍ନତି କରିବାକୁ ହେଲେ ଉପାଦେୟ ଓ ଉତମ ପୁସ୍ତକର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ ବ୍ୟକ୍ତି ପୁସ୍ତକ ପଠନକୁ ଅଭ୍ୟାସରେ ପରିଣତ କଲେ । ସମାଜରେ ଏକ ଉଚ୍ଚକୋଟିର ପରଂପରା ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ । ଅପରାହ୍ନ ଅଧିବେଶନରେ କବି ସମ୍ମିଳନୀ ଓ କବିତା ପାଠୋତ୍ସବକୁ ପ୍ରଭାତ କୁମାର ମଲ୍ଲିକ, ଅଖିଳ ମୋହନ ଦାଶ, ଜିତେନ୍ଦ୍ର ବେହେରା, ଅନୁରାଧା ମିଶ୍ର, ମନୋଜ କୁମାର ନାଥ, ରଂଜିତା ଦାଶ ପ୍ରମୁଖ ସଂଯୋଜନା କରିଥିଲେ । ଶିକ୍ଷାବିତ ଦଶରଥ ସାମଲ, ମନୋରମା ଦାସ, ନିରଞ୍ଜନ ପତି, ସ୍ରୋତସ୍ୱିନୀ ପରିଡ଼ା, ସୁବାସ ଚନ୍ଦ୍ର ବେହେରା, ବିଷ୍ଣୁ ଦଳେଇ, ଅକ୍ଷୟ ବାରିକ, ଶିଶିର ପଣ୍ଡା, ଖଗେଶ୍ୱର ସାହୁ ପ୍ରମୁଖ ୫୦ ରୁ ଊଦ୍ଧ୍ୱର୍ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତାରେ ବିଚାରକ ଭାବେ ବିଶିଷ୍ଟ ଶିଳ୍ପୀ ଶରତ ଚନ୍ଦ୍ର ମୁଦୁଲି ଓ ଅନୀଲ୍ କୁମାର ଜେନା ମୂଲ୍ୟାଙ୍କନ କରିଥିଲେ । ସନ୍ଧାଧିବେସନରେ ମୁକ୍ତ କୁଇଜ୍ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଅଶୋକ କୁମାର ଦାଶ, ପ୍ରାକ୍ତନ ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ନାୟକ ଅଧ୍ୟାପକ ମଳୟ କୁମାାର ଜେନା, ଅଧ୍ୟାପକ ଗିରୀଶ ବିହାରୀ ମିଶ୍ର, ସୁବାସ ଚନ୍ଦ୍ର ମାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । କଥାକାର ରବି ଶତପଥିଙ୍କ ପୁସ୍ତକ ‘ଓଡ଼ିଶାରେ ହିନ୍ଦୀର ବିକାଶଧାରା ଏବଂ ସଂଗଠନ ମାନଙ୍କର ଭୂମିକା ପୁସ୍ତକ ଉନ୍ମୋଚିତ ହୋଇଥିଲା । ‘ଆହ୍ୱାନ’ ନାଟ୍ୟ ସଂସ୍ଥା ପକ୍ଷରୁ ସଂପାଦକ ନିର୍ଦ୍ଧେଶକ ବିଶ୍ୱଜିତ ସାହୁଙ୍କ ନିର୍ଦ୍ଧେଶନାରେ ନାଟକ ‘ପଥ‘ ମଂଚସ୍ଥ ହୋଇଥିଲା । ଅକ୍ଷୟ କୁମାର ପୃଷ୍ଟି, ରଜେନ୍ଦ୍ର ସାହୁ, ଦିଲ୍ଲୀପ କୁମାର ସାହୁ, ସମିର ନାୟକ, ରାଜନଳିନୀ ଦାସ, ପରୁୱିନ, ତପନ କୁମାର ଜେନା, ସନ୍ତୋଷ କୁମାର ଦାସ ପ୍ରମୁଖ ଚିତାକର୍ଷକ ଅଭିନୟ କରିବା ସାେଙ୍ଗ ସେଙ୍ଗ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ । ଗଣ ମାଧ୍ୟମ ସଂଯୋଜନ ଆଦିତ୍ୟ ମହାନ୍ତି ମଂଚ ପରିଚାଳନା କରୁଥିବା ବେଳେ ସାଂସ୍କୃତି ସମ୍ପାଦକ ବୃନ୍ଦାବନ ମିଶ୍ର ସାଂସ୍କୃତିକ କାର୍ଯ୍ୟକୁ ପିଚାଳନା କରିଥିଲେ । ଶେଷରେ ଉପସଭାପତି ବିଭୂତି ଭୂଷଣ ମହାପାତ୍ର ସମସ୍ତଙ୍କ୍ୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *