ନେତାଜୀ ସୁବାଷ ବୋଷ ସ୍କୁଲ୍ ର ୨୨ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,୨୩/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ନୂଆପଲ୍ଲୀ ବାଲୁେଙ୍କଶ୍ୱର ମନ୍ଦିର ପରିସରରେ ନେତାଜୀ ସୁବାଷ ବୋଷ ପବ୍ଲିକ ସ୍କୁଲ୍ ର ୨୨ତମ ବାର୍ଷିକ ଉତ୍ସବ ପିଲାମାନଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ନାଗରିକ ନିଧି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଶ୍ରୀକୃଷ୍ଣ ଇଣ୍ଟରନ୍ୟାସନାଲ ସ୍କୁଲ୍ ର ନିର୍ଦ୍ଧେଶକ ପବିତ୍ର ରାଉତରାଏ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ବବିତା ପାଲ, ନୟାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ନଟବର ସମାନ୍ତରାୟ, ସମାଜସେବୀ ଗୌତମ ବେହେରା, ସତ୍ୟବ୍ରତ ଜେନା, ମନୋରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ୨୪ବର୍ଷ ଏହି ବିଦ୍ୟାଳୟ ନୂଆପଲ୍ଲୀରେ ଘରୋଇ ଭଡ଼ାଘରେ ସଂଘର୍ଷର ସହ ଅତିବାହିତ କରି ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିବାରୁ ସମସ୍ତେ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ କିଭଳି ବିଦ୍ୟାଳୟର ଉନ୍ନତି ହୋଇପାରିବ, ସେ ଦିଗରେ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ସ୍ଥାୟୀ ଭାବରେ ବିଦ୍ୟାଳୟ ନିଜସ୍ୱ ଜାଗା ଏବଂ ଗୃହ ପାଇଁ ହୋଇଥିବା ଦାବିକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ, କର୍ପୋରେଟର ବବିତା ପାଲ ଓ ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ନଟବର ସାମନ୍ତରାୟ ସହୃଦୟତାର ସହ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସହମତି ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରିୟାଂଶୀ ସ୍ୱାଇଁ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ କୁନି କୁନି ପିଲାମାନେ ନୃତ୍ୟ ନିର୍ଦ୍ଧେଶକ ରଞ୍ଜିତ ବସ୍ତିଆଙ୍କ ନିର୍ଦ୍ଧେଶରେ ଦେଶାତ୍ମବୋଧ ନୃତ୍ୟ ଏବଂ ବିଭିନ୍ନ ରାଜ୍ୟର ନୃତ୍ୟ ଯଥା ଓଡ଼ିଶୀ, ସମ୍ବଲପୁରୀ, ବେଙ୍ଗଲୀ, ରାଜସ୍ଥାନୀ, ତେଲୁଗୁ ଓ ପଞ୍ଜାବୀ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ । ଏହି ଅବସରରେ ବିଷ୍ଣୁପ୍ରିୟା ଜେନା ଓ ନିବେଦିତା ଜେନାଙ୍କ ତତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ରୁକ୍ମୁଣୀ ପ୍ରଧାନଙ୍କ ନେତୃତ୍ୱରେ ବିଷ୍ଣୁପ୍ରିୟା ରଥ ଏବଂ ଧର୍ମେନ୍ଦ୍ର ପଣ୍ଡା ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ କସ୍ତୁରୀ ମାଳିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍କୁଲ୍ ପରିଚାଳନା ଟ୍ରଷ୍ଟି ଶ୍ରୀମତୀ ବାସନ୍ତୀ ମାହାର ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍କୁଲ୍ ର ଅଧ୍ୟକ୍ଷ ଧନୁର୍ଜୟ ମାହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସର୍ବଶ୍ରୀ ତାପସ କୁମାର ଦାସ, କୃପାସିନ୍ଧୁ ପରିଡ଼ା, ସୀମାଞ୍ଚଳ ବେହେରା, କି୍ରଷ୍ଣା ହରିଚନ୍ଦନ, ବାସୁଦେବ ମହାକୁଢ, ଆଶୁତୋଷ ସାମନ୍ତରାୟ, ବାବାଜୀ ପ୍ରଶାନ୍ତ ଜେନା, ଶ୍ରୀମତୀ ତିଳୋତମା ସାହୁ, ରାଜଶ୍ରୀ ଦାସ, ସ୍ୱାଗତିକା ପରିଡ଼ାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଚିତାକର୍ଷକ ଭାବେ ସମାପ୍ତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ବିଦ୍ୟାଳୟ ତାର ୨୪ବର୍ଷ ପୂରଣ କରିସାରିଥିବା ବେଳେ ଆସନ୍ତା ବର୍ଷ ୨୫ବର୍ଷରେ ପଦାର୍ପଣ କରି ତାର ରୌପ୍ୟଜୟନ୍ତୀ ପାଳନ କରିବ । ସେଥିପାଇଁ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବର୍ଷତମାମ କାର୍ଯ୍ୟକ୍ରମମାନ ଜାରି ରହିବ ବୋଲି ସ୍ଥିରୀକୃତ ହୋଇଛି ।

Leave a Reply

Your email address will not be published. Required fields are marked *