କନ୍ଧମାଳ, ୨୨/୦୨/୨୦୨୫(ଓଡ଼ିଶା ସମାଚାର)- ବନାଗ୍ନୀ ନିରାକରଣ ପାଇଁ ବନ ବିଭାଗ ର ଅଭିନବ ପ୍ରୟାସ । ବନଗ୍ନୀ ରୋକିବାକୁ ଖରାଦିନ ପୂର୍ବରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ । ବାଲିଗୁଡା ବନଖଣ୍ଡ ର ଡ଼ିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ କୋଟଗଡ ବନାଂଚଳ ଅଧିକାରୀ ବାଳଗୋପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରୀରାମପୁର ସେକ୍ସନ ଓ ସୁବର୍ଣ୍ଣଗିରୀ ଜନସଚେତନତା ସଭା ସହିତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଛି ।
କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାରମାନେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ସଚେତନତାର ବାର୍ତା ବାଣ୍ଟିଥିଲେ । ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚିତ ଓ ନିର୍ଦ୍ଧେଶନାରେ ସଚେତନଧର୍ମି ପଥପ୍ରାନ୍ତ ନାଟକ ” ଜଳୁଛି ଜଙ୍ଗଲ ‘ ବେଶ ହୃଦୟସ୍ପର୍ଶୀ ହୋଇଥିଲା ।ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷରୁ ନିବୃତ, ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ୍ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଆୟୋଜିତ ପଥପ୍ରାନ୍ତ ସଭାରେ ମୁଖ୍ୟଅତିଥି ସ୍ଥାନୀୟ ସରପଂଚ ଉଦ୍ଘାଟନ କରିଥିଲେ ।
ଫରେଷ୍ଟର ହରିଶ ପ୍ରଧାନ, ଫରେଷ୍ଟର ଫକୀର ଡିଗାଲ ଫରେଷ୍ଟର ରବୀନ୍ଦ୍ର ନାୟକ, ଫରେଷ୍ଟର ପ୍ରିୟଙ୍କା କହଁର, ଫରେଷ୍ଟ ଗାର୍ଡ ସଂଜୀବ ବିଶିମାଝି, ଶ୍ରଦ୍ଧାଞ୍ଜଳି ମଳିକ, ଧନେଶ୍ୱର ବେନିଆ ଖଗେଶ୍ୱର ପ୍ରଧାନ, ରଜନୀ କାନ୍ତ ବେହେରା, ଦୀପକ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲାରେ କାର୍ଯ୍ୟରତ ଅଗ୍ନିଶମ ଅଧିକାରୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଧେଶକ ଅନ୍ତର୍ଯ୍ୟାମୀ ଖଣ୍ଡଗିରୀ ଯୋଗଦେଇ ଜଙ୍ଗଲ ନିଆଁକୁ ରୋକିବା ଓ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ଫରେଷ୍ଟ ଗାର୍ଡ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତିର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ ।
