କିଣିଲୋ ଗ୍ରାମ ବଜ୍ର ମହାବାହୁ ପଞ୍ଚମୁଖୀ ହନୁମାନ ପୀଠରେ ଯଜ୍ଞର ପୂର୍ଣ୍ଣାହୁତି

ପାଟକୁରା ୧୮/୦୨/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅଧୀନ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର ବଜ୍ର ମହାବାହୁ ପଞ୍ଚମୁଖୀ ହନୁମାନ ପୀଠରେ ଗତ କାଲି ସୋମବାର ଠାରୁ ଆରମ୍ଭ ହୋଇଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ହୋଇଛି । ଆସନ୍ତା କାଲି ଅଷ୍ଟମ ପ୍ରହରୀ ନାମ ଯାଜ୍ଞଅନୁଷ୍ଠିତ ହେବ । ଗ୍ରାମ ବାସୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହିସବୁ ଧର୍ମୀୟ ଅନୁଷ୍ଠାନ ହେଉଛି ।

ଆଜି ଅପରାହ୍ନ ଚାରିଟା ବେଳେ ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ବିଜୟ ମହାପାତ୍ର କିଣିଲୋ ଗ୍ରାମ ପଞ୍ଚ ମୁଖୀ ହନୁମାନ ପୀଠରେ ପହଂଚି ହନୁମାନଙ୍କୁ ଦର୍ଶନ କରଥିଲେ ଓ ଆଶୀର୍ବାଦ ଭିକ୍ଷା କରିଥିଲେ ।

ତାଙ୍କ ସହିତ ପୂର୍ବତନ ସରପଞ୍ଚ ବିପିନ ବିହାରୀ ସାମଲ, ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ପଦ୍ମପୁର ସରପଞ୍ଚ ଅନୁସୟା ବେହେରା, ଗଗନ ବିହାରୀ ପରିଡା, ରାଜକିଶୋର ପରିଡାଙ୍କ ସମେତ ଗ୍ରାମର ସମସ୍ତ ମୁରବି ମାନେ ଉପସ୍ଥିତ ରହି ଥିଲେ । ଗ୍ରାମରେ ସମସ୍ତେ ମିଳିମିଶି ଅନୁଷ୍ଠାନ ଗୁଡିକ ଚଳାଉଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *