କେନ୍ଦ୍ରାପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପରୀକ୍ଷା ଆରମ୍ଭ

୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭୧୮ ପରୀକ୍ଷାର୍ଥୀ
କେନ୍ଦ୍ରାପଡ଼ା, ୧୮/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଅନ୍ୟ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ମୋଟ ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭୧୮ଜଣ ପରୀକ୍ଷାର୍ଥୀ ଅଛନ୍ତି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଲୋଟସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୯ଜଣ, ଆର.ଏନ.ଏମ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ଜଣ, ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୫ଜଣ, କେ.ଆର.ଏସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୮ଜଣ, ରମାଦେବୀ ଉଚ୍ଚ ମା୍ୟମିକ ବିଦ୍ୟାଳୟର ୨୩ଜଣ, ଓମ୍ ଶାନ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୩ଜଣ ଓ ଡଲଫିନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ଜଣ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସମେତ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୯୦ଜଣ ପରୀକ୍ଷାର୍ଥୀ ଅଛନ୍ତି ।

କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମୋଟ ୧୫ଟି ହଲରେ ଏହି ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ମଙ୍ଗଳବାର ପରୀକ୍ଷାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ସାହିତ୍ୟ (ଓଡିଆ) ବିଷୟରେ ୧୩ଟି ହଲରେ ମୋଟ ୮୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏଥିମଧ୍ୟରୁ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୬୨ଜଣ ଛାତ୍ରଛାତ୍ରୀ ଥିବା ବେଳେ ଅନ୍ୟ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୮୫ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ଆଜିର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିବା +୨ ପରୀକ୍ଷା ଦାୟୀତ୍ୱରେ ଥିବା ଭାରପ୍ରାପ୍ତ ପ୍ରଫେସର ଡ. ବାସନ୍ତୀ ଶୁକ୍ଳା କହିଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପରୀକ୍ଷା ପରିଚାଳନା ପାଇଁ ୪୭ଜଣ ଇନଭିଜିଲେଟରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରଫେସର ଅଶୋକ କୁମାର ମିଶ୍ର ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ପ୍ରଫେସର ଡ. ରେବତୀ କର, ପ୍ରଫେସର ସତ୍ୟରଞ୍ଜନ ମିଶ୍ର, ପ୍ରଫେସର ବିକାଶ କୁମାର ନାୟକ, ପ୍ରଫେସର ସଂଯୁକ୍ତା ସେଠୀ ପ୍ରମୁଖ ଉପ ଅଧୀକ୍ଷକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।

ଏହାବ୍ୟତିତ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପରୀକ୍ଷା ପ୍ରଶ୍ନପତ୍ର ରଖାଯିବା ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ପ୍ରଶ୍ନପତ୍ର ହବ୍ ପ୍ରତିଷ୍ଠା କରାଯାଇଛି ।

ଏହି ହବ୍ ଅଧିନରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଇନ୍ଦୁପୁର ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିକିରାଇ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୁଳସୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆୟବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡେରାବିଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚାନ୍ଦୋଳ ହୃଦୟାନନ୍ଦ ନାୟକ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡେରାବିଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଳି ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।

ଏଠାରୁ ପ୍ରତ୍ୟେକ ଦିନ ଏହିସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପଠାଯାଉଥିବା ହବ୍ ଦାୟୀତ୍ୱରେ ଥିବା ପ୍ରଫେସର ଡ. ବାସନ୍ତୀ ଶୁକ୍ଳା କହିଛନ୍ତି । ଏହି ହବ୍ ର ସୁପରଭାଇଜର ଭାବେ ପ୍ରଫେସର ଡ. ପୂର୍ଣ୍ଣମାସୀ ପଣ୍ଡା ରହିଥିବା ବେଳେ ଡେପୁଟୀ ସୁପରଭାଇଜର ଭାବେ ପ୍ରଫେସର ସୁବ୍ରତ କୁମାର ପାତ୍ର ଅଛନ୍ତି ।

Leave a Reply

Your email address will not be published. Required fields are marked *