କଟକ, ୧୮/୦୨/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ହାଇକୋର୍ଟ ସମେତ କଟକ ଜିଲା ସ୍ତରୀୟ ସିଭିଲ୍ କୋର୍ଟ ଓ ତାଲୁକସ୍ତରୀୟ ବିଭାଗୀୟ କୋର୍ଟ ପରିସରରେ ୨୦୨୫ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାରର ପ୍ରାକ୍ ବିଚାରାଧୀନ ମୋକଦ୍ଧମା ଯଥା ଦେୱାନୀ ଓ ଫୌଜଦାରି(ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତି ୂରଣ, ପାରିବାରିକ ସମସ୍ୟା, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ ।
କେବଳ ବିଚାରାଧୀନ ମାମଲା ନୁହେଁ ପ୍ରାକ ମୋକଦ୍ଧମାସ୍ତରୀୟ (କଚେରୀରେ ଦାୟର ହୋଇନଥିବା ) ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଚେକ୍ ବାଉନ୍ସ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଯଦି କୌଣସି ବିଚାରାଧୀନ ମୋକଦ୍ଧମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପଇଠ ହୋଇଥିବା କୋର୍ଟ ଫି’ ଫେରସ୍ତ ହୋଇପାରିବ । ଦୀର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଧମାର ସହଜ ସମାଧାନ ତଥା ଆଥକôର୍ ଖଚ୍ଚ ର୍ ଓ ସମୟ ଅପଚୟରୁ ନିସ୍ତାର ନିମନ୍ତେ ଜନସାଧାରଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।
ଏହି ଲୋକ ଅଦାଲତରେ ମୋକଦ୍ଧମା ତଥା ବିବାଦର ସମାଧାନ ପାଇଁ କୌଣସି ଆର୍ଥôକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ ଓ ଚୂଡ଼ାନ୍ତ ଏବଂ ଫଳପ୍ରଦ । ବିସ୍ତୃତ ସୂଚନା ନିମନ୍ତେ ଜିଲା ବା ତାଲୁକସ୍ତରୀୟ ଆଇନସେବା କାର୍ଯ୍ୟାଳୟ ସହ ଯୋଗସୂତ୍ର ରକ୍ଷା କରିପାରିବେ ବୋଲି କଟକ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚାଇ ଦିଆଯାଇଛି ।
