ରେକି ମିସନ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି

କଟକ, ୧୬/୧୧/୨୦୨୩ (ଓଡ଼ିଶା ସମାଚାର)- ରେକି ମିସନ୍ ଓଡ଼ିଶା ଦ୍ଵାରା ଆୟୋଜିତ ଓ ଆରଏମ ସ୍କୁଲ ୪୨ ମୌଜା ଦ୍ୱାରା ପ୍ରାୟୋଜିତ ପରିସରରେ ଅନୁଷ୍ଠିତ ୧୭ ତମ ରାଜ୍ୟ ସ୍ତରୀୟ ମହା ଶିଶୁପର୍ବରେ ମଞ୍ଚାସିନ ଅତିଥି ପୂର୍ବତନ ନ୍ୟାୟାଧିସ ମନୋରଞ୍ଜନ ମହାନ୍ତି,ପୂର୍ବତନ ରେଜିଷ୍ଟ୍ରାର ଆଇଆଇଟି ଡକ୍ଟର ବଟକୃଷ୍ଣ ରାୟ,ରେକି ମିସନର ପ୍ରତିଷ୍ଠାତା ଶ୍ରୀ ସନ୍ଥ,ଅଭିନେତା ଶ୍ରୀତମ ଦାସ ପ୍ରମୁଖଙ୍କ ଦ୍ଵାରା ଉଲ୍ଲେଖନୀୟ କୃତିତ୍ୱ ନେଇ ସମାଜ ସେବୀ,ବରିଷ୍ଠ ସଂଗଠକ,ସାରସତ୍ଵ ସାଧକ ତଥା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ୪୨ ମୌଜା ପକ୍ଷରୁ ରେକି ମିସନ୍ ଓଡ଼ିଶା ପରିବାରକୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *