ସୁଦେଷ୍ଣା ପ୍ରମୋଦ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସୁଦେଷ୍ଣା ସାହିତ୍ୟ ସଂସଦ ଓ ସୁଦେଷ୍ଣା ଖବରକାଗଜର ମିଳିତ ଆନୁକୂଲ୍ୟରେ ତୃତୀୟ ବାର୍ଷିକ ଉତ୍ସବ ବାଇରୋଇ, ଫୁଲନଖରା କଟକସ୍ଥିତ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦଠାରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଉତ୍ସବରେ ସଭାପତି କୁମାରକବି ପ୍ରଶାନ୍ତ ବାହିନୀପତିଙ୍କ ଅନୁପସ୍ଥିତିରେ ନାଟ୍ୟକାର, ଗୀତିକାର, ନାଟ୍ୟ ନିର୍ଦ୍ଧେଶକ, କବି ଶ୍ରୀଯୁକ୍ତ ଅଜୟ କୁମାର ସେଠୀ ସଭାପତିତ୍ୱ କରିଥିଲେ ।

ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମହାକାଶ ବିଜ୍ଞାନୀ ଶ୍ରୀଯୁକ୍ତ କାର୍ତିକ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ବକ୍ତା ଭାବରେ ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଉଦୟନାଥ ସାହୁ, ସମ୍ମାନିତ ଅତିଥି ଭାବେ ଡ. ସାରଦା ପ୍ରସାଦ କର, ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ସାହିତି୍ୟକ ଡକ୍ଟର ପୁରୁଷୋତମ ବିଶ୍ୱାଳ, ସଂସଦର ମୁଖ୍ୟ ଉପଦେଷ୍ଟା ଡକ୍ଟର ଲକ୍ଷ୍ମଣ ସାହୁ, ଉପଦେଷ୍ଟା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି, କବୟିତ୍ରୀମାନେ ଯୋଗଦାନ କରିଥିଲେ ।
ଡ. ବସନ୍ତ ମଞ୍ଜରୀ ଦାସ ମଂଚ ପରିଚାଳନା ଓ ସଂସଦର ମୁଖ୍ୟ ସମ୍ପାଦକ କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସୁଶ୍ରୀ କଳ୍ପନା ପଣ୍ଡା ସଂସଦର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରତିନିଧି ମାନସ କୁମାର ମାର୍ଥାଙ୍କ ସମେତ ସଂସଦର ସମସ୍ତ ସଦସ୍ୟ ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଡ. ସାରଦା କରଙ୍କୁ ସୁଦେଷ୍ଣା ଦିବ୍ୟକାନ୍ତି ସମ୍ମାନ-୨୦୨୫ରେ ସମ୍ମାନିତ କରାଯିବା ସହ ୭ଜଣ ପ୍ରତିଭାଧାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କାର୍ଯ୍ୟକାରିଣୀ ସମ୍ପାଦିକା ସୁଶ୍ରୀ କଳ୍ପନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *