ଭୁବନ, ୨୬/୧୨/୨୦୨୩ (ଓଡ଼ିଶା ସମାଚାର)- ଭୁବନ ର ବିଶିଷ୍ଟ କବି,ଗାଳ୍ପିକ,ବ୍ୟଙ୍ଗ କଥାକାର ତଥା ସାରସ୍ଵତ ସାଧକ ସୁରେନ୍ଦ୍ର କୁମାର ପୃଷ୍ଟି ଙ୍କୁ ଅଗ୍ନି ସ୍ଫୁଲିଙ୍ଗ ସାରସ୍ଵତ ସମ୍ମାନ – ୨୦୨୪ ରେ ସମ୍ମାନିତ କରାଯାଇଛି । କଟକ ସ୍ଥିତ “କର୍ମବୀର ଗୌରୀ ଶଙ୍କର ଟାଉନ ହଲ” ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନି ସ୍ଫୁଲିଙ୍ଗ (ରାଉରକେଲା) ,ଓଡ଼ିଶା ପୂଜ୍ୟପୂଜା ପରିଷଦ ,ଚିନ୍ମୟ ସାରସ୍ଵତ ସଂସଦ (କଟକ) ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ପୃଷ୍ଟି ଙ୍କୁ ପ୍ରଶଂସା ପତ୍ର, ପୁଷ୍ପଗୁଛ, ଉତ୍ତରୀୟ ଦେଇ ଅଗ୍ନିସ୍ଫୁଲିଙ୍ଗ ସାରସ୍ଵତ ସମ୍ମାନ ରେ ସମ୍ମାନିତ କରିଥିଲେ । ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଦିଲ୍ଲୀପ ରାଉତରାୟ (ଆଇଏଏସ) ,ସମ୍ମାନିତ ଅତିଥି ଭାବେ ହରିହର ରାଉତରାୟ,ପ୍ରଫେସର ଡ଼ଃ ଶଶାଙ୍କ ଶେଖର ଚୂଡ଼ାମଣି,ଡଃ ରବି ନାରାୟଣ ପଣ୍ଡା,ପ୍ରଦୀପ୍ତ କୁମାର ବେହେରା ଯୋଗଦେଇଥିଲେ । ପ୍ରାକ୍ତନ ଆଇଏଏସ ସହଦେବ ସାହୁ ଉଦଘାଟନ କରିଥିବା ବେଳେ ଡ଼ଃ ପ୍ରଶାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। କବି ଗାଳ୍ପିକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପୃଷ୍ଟି କଟକରେ ସମ୍ମାନିତ ହୋଇଥିବାରୁ ଭୁବନର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।