ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଭାବବିନିମୟ କାର୍ୟ୍ୟକ୍ରମ

ଭୁବନେଶ୍ୱର,୧୪/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ଵାରା ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଭାବବିନିମୟ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ସିରିପୁରସ୍ଥିତ ଇମେଜ୍ ପରିସରରେ ଆୟୋଜିତ ତିନିଦିନିଆ ଏହି ଭାବବିନିମୟ କାର୍ୟ୍ୟକ୍ରମର ଦ୍ବିତୀୟ ଦିନରେ ବିଜ୍ଞାନ ସମ୍ବନ୍ଧୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ‘ଆମ ପରିବେଶ ଓ ଆମ ଜୀବନ’ ଉପରେ ଛାତ୍ରଛାତ୍ରୀମାନେ ଚିତ୍ର ଆଙ୍କିଥିବା ବେଳେ ‘ବିଜ୍ଞାନ ଓ ଆଧ୍ୟାତ୍ମିକତା ପରସ୍ପରର ପରିପନ୍ଥୀ’ ଶୀର୍ଷକ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିସହ ବିଭିନ୍ନ ବିଜ୍ଞାନ ପ୍ରାସଙ୍ଗିକ ବିଷୟବସ୍ତୁ ଓ କ୍ଷେତ୍ରସ୍ତରୀୟ ପରିଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନବୃଦ୍ଧି କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ଏହି କାର୍ୟ୍ୟକ୍ରମ ରେ ଭାଗ ନେଉଛନ୍ତି । କାର୍ୟ୍ୟକ୍ରମ ରେ ପ୍ରଫେସର ବେଦାଙ୍ଗଦାସ ମହାନ୍ତି, ପ୍ରଫେସର ଗଗନ ବିହାରୀ ନିତ୍ୟାନନ୍ଦ ଚୟିନୀଙ୍କ ପରି ବୈଜ୍ଞାନିକମାନେ ନିଜ ନିଜର ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଛନ୍ତି ।

ସେହିଭଳି ଛାତ୍ରଛାତ୍ରୀ ମାନଙ୍କୁ ଓକାକ୍ ଦ୍ଵାରା କମ୍ପ୍ୟୁଟର ଶିକ୍ଷା, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜ୍ଞାନଭିତ୍ତିକ କାର୍ୟ୍ୟକ୍ରମ ର ଉପସ୍ଥାପନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ମ୍ୟାଜିକ୍ ସୋ ସହ କ୍ଷେତ୍ରସ୍ତରୀୟ ପରିଦର୍ଶନର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ନିଜ ନିଜର ବିଭିନ୍ନ ପ୍ରକଳ୍ପ ମଧ୍ୟ ପ୍ରଦର୍ଶିତ କରିଛନ୍ତି । ଆସନ୍ତାକାଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉଦଯାପନୀ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର କାର୍ୟ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *