ଖୋର୍ଦ୍ଧା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୧୬୦ ଜଣଙ୍କୁ ୭୭ ଲକ୍ଷ ୧୧ ହଜାର ୮୦୦ ଟଙ୍କାର ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ

ଖୋର୍ଦ୍ଧା, ୨୫/୧୨/୨୦୨୩ ( ଓଡ଼ିଶା ସମାଚାର / ହିମାଂଶୁ ଭୁଷଣ ଚମ୍ପତିରାୟ): ଆଜି ଯୁଗ୍ମ ଶ୍ରମ ଆୟୁକ୍ତ, ଭୁବନେଶ୍ୱର ଦ୍ଵାରା ପରିଚାଳିତ ,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ବୋଲଗଡ ବ୍ଲକ ଅଧିନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଏକ ସହାୟତା ବଣ୍ଟନ ଶିବିର ପିଚୁକୋଳି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ର ଅଧ୍ୟକ୍ଷା ଶ୍ରୀମୟୀ ସ୍ଵକ୍ଷତି ସ୍ନିଗ୍ଧା ମିଶ୍ର ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକ ମାନଙ୍କ ପରିବାର ସାଙ୍ଗରେ ଅଛନ୍ତି ଆଗାମୀ ଦିନରେ ପ୍ରତି ଗ୍ରାମରେ ରହି ଯାଇଥିବା ସଂଗଠିତ ଓ ଅଣସଙ୍ଗଠିତ ଶ୍ରମିକ ଙ୍କୁ ପଞ୍ଜିକରଣ କରିବା ସହିତ ନିର୍ମାଣ ଶ୍ରମିକ ଯୋଜନାରେ ଅନ୍ତର୍ଭୁକ୍ତ ସହାୟତା ବଣ୍ଟନ କରାଯିବ ସେଥିପାଇଁ ସମସ୍ତ ଙ୍କ ସହଯୋଗ ଦରକାର ବୋଲି କହିଥିଲେ।ସେହିପରି ଅନ୍ୟତମ ଅତିଥିରୁପେ ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ ,ଜିଲ୍ଲା ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ଙ୍କ ଉପସ୍ଥିତି ରେ ସର୍ବମୋଟ ୧୬୦ ଜଣଙ୍କୁ ୭୭ ଲକ୍ଷ ୧୧ ହଜାର ୮୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।ତନ୍ମଧ୍ୟରୁ ମୃତ୍ୟୁ କାଳୀନ ସହାୟତା ୪୧ ଲକ୍ଷ ଟଙ୍କା ,ଅନ୍ତେଷ୍ଟିକ୍ରୀୟ।ସହାୟତା ୧ ଲକ୍ଷ ୫ ହଜାର ଟଙ୍କା,,ବିବାହ କାଳୀନ ସହାୟତ।- ୩୨ ଲକ୍ଷ ୭୫ ହଜାର ଟଙ୍କା ,ଶିକ୍ଷା ସହାୟତା -୨ ଲକ୍ଷ ୧ ହଜାର ୮୦୦ ଟଙ୍କା ,ପ୍ରସବ କାଳୀନ ସହାୟତା -୩୦ ହଜାର ଟଙ୍କା ।ସେହିପରି ନୂତନ ଭାବେ ପଞ୍ଜିକରଣ କରିଥିବା ୨୮୨ ଜଣଙ୍କୁ ମଧ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଏହି ବିଶାଳ ସହାୟତା ଶିବିରକୁ ଭାରପ୍ରାପ୍ତ ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରଭାକର ବିଶ୍ୱାଳ ,ଭୁବନେଶ୍ୱର ପରିଚାଳନା କରିଥିଲା ବେଳେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ଅଜୟ କୁମାର ପ୍ରଧାନ, ନିର୍ମାଣ ଶ୍ରମିକ ଯୋଜନା ବିଷୟରେ ଉପସ୍ଥିତ ଶ୍ରମିକ ମାନଙ୍କୁ ଅବଗତ କରିଥିଲେ, ସେହିପରି ସହକାରୀ ଶ୍ରମ ଅଧିକାରୀ ଶ୍ରୀ ବିକାଶ କୁମାର ଅଗ୍ରୱାଲ, କୁମାରୀ ଦେବଶ୍ରୀ ବେହେରା, କୁମାରୀ ପ୍ରଜ୍ଞା ପରିଡ଼ା ଏବଂ କଲ୍ୟାଣ ସଂଯୋଜକ, ଶ୍ରୀ ଲମ୍ବୋଦର ରାଉତ ଯୋଗଦାନ କରିଥିଲେ। ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ଅର୍ଚ୍ଚନା ନାୟକ , ଧନ୍ୟବାଦ୍ ଅର୍ପଣ କରିଥିଲେ।ଏକ କାଳୀନ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ ପରେ ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀ ,ସ୍ଥାନୀୟ ଲୋକ ପ୍ରତିନିଧି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *