ଭୁବନେଶ୍ୱର,୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆସନ୍ତା ୨୯ତାରିଖ ଠାରୁ ଗାନ୍ଧୀ ଶିଳ୍ପ ବଜାର ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗାମଣ୍ଡପ ପଡିଆଠାରେ ଅନୁଷ୍ଠିତ ହେବ । ଉକ୍ତ ପ୍ରଦର୍ଶନୀ ଆୟୋଜନ ନିମନ୍ତେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଡକ୍ଟର ସତ୍ୟନାରାୟଣ ସିଂହସାମନ୍ତଙ୍କ ସଭାପତିତ୍ୱରେ ପ୍ରଦର୍ଶନୀ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ବିକାଶ ଆୟୁକ୍ତ(ହସ୍ତଶିଳ୍ପ) ବିଭାଗ ସହାୟତାରେ ଏବଂ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଡୋଭ, ଅନଗୁଳଙ୍କ ଦ୍ୱାରା ଆୟୋଜିତ ହେଉଛି । ଏହା ଆସନ୍ତା ୨୯ଡିସେମ୍ବର,୨୦୨୩ରୁ ଆରମ୍ଭ ହୋଇ ୭ ଜାନୁଆରୀ, ୨୦୨୪ପର୍ଯ୍ୟନ୍ତ ଦଶଦିନ ଧରି ନୟାପଲ୍ଲୀ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହେବ । ସାରା ଭାରତର ବିଭିନ୍ନ ସ୍ଥାନରୁ ୧୦୦ଜଣ ନିପୁଣ ଶିଳ୍ପୀ ସେମାନଙ୍କର ହାତ ତିଆରି ସାମଗ୍ରୀ ର ପ୍ରଦର୍ଶନୀ ସହିତ ବିକ୍ରୟ କରିବେ । ଉକ୍ତ ପ୍ରଦର୍ଶନୀରେ ଜନସାଧାରଣଙ୍କୁ ବହୁଳଭାବରେ ଯୋଗଦେଇ ଆସିଥିବା ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ସାମଗ୍ରୀ କ୍ରୟ କରି ସେମାନଙ୍କୁ ପ୍ରୋତ୍ସାହନ ଦେବାକୁ ଡୋଭ ଅନଗୁଳର ସମ୍ପାଦକ ଅନିଲ ମିଶ୍ର ଅନୁରୋଧ କରିଛନ୍ତି ।
Related Posts
କିଶନନଗର ୯୯ ସୂପର ବଜାରର ବର୍ଷ ପୂର୍ତ୍ତି ଉତ୍ସବ
କଟକ ସଦର,୦୬/୦୬/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ କିଶନନଗର ହାଇସ୍କୁଲ ନିକଟରେ ଷ୍ଟେଟବ୍ୟାଙ୍କ ଉପର ମହଲାରେ ଥିବା ୯୯ ସୁପର ବଜାରରେ ଆଜି…
ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ର ସି ଏସ ଆର୍ ପାଣ୍ଠି ରୁ ଭିନ୍ନକ୍ଷମ ମାନଙ୍କୁ ଇ ରିକ୍ସା ବିତରଣ
ଜଗତସିଂହପୁର,୦୬/୦୨/୨୦୨୫(ଓଡ଼ିଶା ସମାଚାର)- ଆଜି ନୂଆପୋଲ ଠାରେ ଥିବା ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ପରିସର ରେ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ର ସି ଏସ ଆର୍ ପାଣ୍ଠି…
ଜିଓ ପକ୍ଷରୁ ଓଡ଼ିଶାରେ ଜିଓ ଏୟାର ଫାଇବର୍ ସେବା ଶୁଭାରମ୍ଭ
–ଜିଓଏୟାରଫାଇବର୍ ସେବା ଭୁବନେଶ୍ୱର ଓ କଟକରେ ଲାଇଭ୍ ହେଲା -ଜିଓଏୟାରଫାଇବର୍ ଶେଷ ମାଇଲ ସଂଯୋଗ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ସମଗ୍ର ଓଡ଼ିଶାରେ ପ୍ରତଟି…
