ଖଲ୍ଲିକୋଟ ରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ

ଖଲ୍ଲିକୋଟ ୨୦/୦୭/୨୦୨୫(ଓଡ଼ିଶା ସମାଚାର)- ଆଜି ରବିବାର ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ପରିସର ରେ ଏକ ଦିବାସୀୟ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ ହୋଇ ଯାଇଛି । ସ୍ଥାନୀୟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଅନୁଷ୍ଠାନିକ ଭାବେ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ କୁ ଉଦଘାଟନ କରିଛନ୍ତି । ମା ବହୁତୀ ଖଲ୍ଲିକୋଟ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ରେ ଗଞ୍ଜାମ ଜିଲ୍ଲା ର ୨୫ ଗୋଟି ବ୍ୟାଡମିଣ୍ଟନ ଖେଳାଳି ଦଳ ଅଂଶ ଗ୍ରହଣ କରିଛନ୍ତି ।

ଏହି ଏକ ଦିବସୟ ବ୍ୟାଡ଼ମିଣ୍ଟନ ଖେଳ ରେ ପ୍ରଥମ ସ୍ଥାନ ରଖିଥିବା ବିଜୟୀ ଦଳ କୁ ନଗଦ ୮ ହଜାର ଟଙ୍କା ଓ ଦ୍ୱତୀୟ ସ୍ଥାନ ରଖିଥିବା ବିଜୟୀ ଦଳ କୁ ନଗଦ ୪ ହଜାର ଟଙ୍କା ସହ ଉଭୟ ଙ୍କୁ ଟ୍ରଫି ପ୍ରଦାନ କରାଯିବ ବୋଲି ଅର୍ଗାନାଇଜର ଅରୋ ପ୍ରସାଦ ସାମନ୍ତ ପ୍ରକାଶ କରିଛନ୍ତି ।

ଉଦ୍ଘାଟନୀ କାର୍ୟ୍ୟକ୍ରମ ରେ ଖଲ୍ଲିକୋଟ ବିଜ୍ଞପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା , ବିଜେପି ଘୁମୁସର ଆସିକା ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା , ତହସିଲଦାର ଡ଼ି ମାଳେଶ୍ୱର ପାତ୍ର , ଯୁବ ବିଜେପି ନେତା ଅରୁଣ କୁମାର ଖୁଣ୍ଟିଆ , ନିରଞ୍ଜନ ନାୟକ, ପ୍ରଦୀପ୍ତ କୁମାର ପଟ୍ଟନାୟକ ଙ୍କ ସମେତ କଞ୍ଚଣା ପଂଚାୟତ ର ଯୁବ ନେତା ଓ ସମିତି ସଭ୍ୟ ଚିତ୍ରସେନ ଘୋଷ, ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ବହୁ କ୍ରୀଡା ପ୍ରେମୀ ଯୋଗ ଦେଇଥିବା ବେଳେ ବିଜେପି ଯୁବ ନେତା କାର୍ତିକ ପ୍ରଧାନ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ । ଉଦଘାଟନ ପୂର୍ବରୁ ଅତିଥି ମାନଙ୍କୁ ବାଜା ବଜାଇ ବାଣ ଫୁଟାଇ ଖେଳାଳି ମାନେ ଟୁର୍ନାମେଣ୍ଟ ସ୍ଥଳ କୁ ପାଛୋଟି ନେଇଥିଲେ ।

Leave a Reply

Your email address will not be published. Required fields are marked *