ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି

କଟକ,୦୨/୦୫/୨୦୨୫ (ଓଡ଼ିଶା ସମାଚାର)-  ଚଳିତ ୨୦୨୫ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇବ। ଆଜି ଅପରାହ୍ନ ୪ଟାରେ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ବୋର୍ଡର ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ କରାଯିବ।

ଏହା ପରେ, ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।

Leave a Reply

Your email address will not be published. Required fields are marked *