ବିପଦକୁ ନ ଡରି ସତ୍ୟର ସାମ୍ନା କର – ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଭୁବନେଶ୍ୱର, ୦୭/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) ସତ୍ୟ, ଦ୍ଵାପର, ତ୍ରେତୟା ଓ କଳିଯୁଗ ରେ ସଦା ସତ୍ୟର ଜୟ । କଣ୍ଟକିତ ପଥରେ ସାମ୍ବାଦିକତା ବୃତ୍ତିରେ ଥିବା ସାମ୍ବାଦିକ ଜୀବନ କୁ ବିପନ୍ନ କରି
ଖବର ପରିବେଷଣ କରୁଥିଲେ ମଧ୍ୟ ଉପଯୁକ୍ତ ମର୍ଯ୍ୟାଦା ନ ମିଳିବା ପରିତାପର ବିଷୟ। ଗଣମାଧ୍ୟମ ବିପନ୍ନ ହେଲେ
ଗଣତନ୍ତ୍ର ଦୁର୍ବଳ ହୁଏ।ସତ୍ୟର ସାମ୍ନା କରି ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯାଇଥିଲେ ମଧ୍ୟ ସତ୍ୟରୁ ବିଚ୍ୟୁତ ନ ହେବା ସମସ୍ତ ଙ୍କ ପାଇଁ ଉଦାହରଣ।୪ର୍ଥ ସ୍ତମ୍ଭ ଦୋଷ ଦୁର୍ବଳତା ପଦାକୁ ଆଣିଲେ ଅନ୍ୟ ୩ ଟି ସ୍ତମ୍ଭ ସୁଦୃଢ ହୋଇଥାଏ। ସାମ୍ବାଦିକ ମାନଙ୍କ ସର୍ବ ନିମ୍ନ ଦାବି କୁ ସରକାର ପୁରଣ କରିବା ସହିତ ସେମାନଙ୍କ ସୁରକ୍ଷା ଓ ଜୀବନ ଜୀବିକା ପ୍ରତି ସଚେତନ ରହିଲେ ସାମ୍ବାଦିକ ମାନେ ଅଧିକ ଉତ୍ସାହିତ
ହେବା ସହିତ ସତ୍ୟ ଖବର ପରିବେଷଣ କରିବେ ବୋଲି ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟ ଏସୟୁଜେ ଓଡ଼ିଶାର ୫ମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
ଏନୟୁଜେର ରାଷ୍ଟ୍ରୀୟ ସଭାପତି ସୁରେଶ ଶର୍ମା ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତାରୁ ରାଜନୀକୁ ଅନେକ ଆସିଥାନ୍ତି କିନ୍ତୁ ରାଜନୀତିରୁ ସାମ୍ବାଦିକତାକୁ ଆପଣେଇବା ବିରଳ ନମୁନା। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଯୋଗ ଦେଇ ସାମାନ୍ୟ ଖବର ଟିଏ ଏକ ଅଂଚଳ ସମେତ ରାଜ୍ୟ ଓ ରାଷ୍ଟ୍ର ର ପ୍ରଗତି ରେ ସହାୟକ ହୋଇଥାଏବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, ଜାତୀୟ ସମ୍ପାଦକ
ବବୁଲ ସିଂ ପ୍ରମୁଖ ସମ୍ମାନୀତ ଭାବେ ଯୋଗ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ପ୍ରାକ୍ ସୂଚନା ରଖିଥିବା ବେଳେ ଉପସଭାପତି ବାସୁଦେବ ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ରଖିଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ବିବରଣୀ ପାଠ କରିଥିବା ବେଳେ ଅନ୍ୟତମ ଉପସଭାପତି ମେହେବୁବ ମହତାବ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହି ଅବସରରେ ସଂଗଠନ ର ମୁଖପତ୍ର ସଙ୍କଳ୍ପ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ମୁଖ୍ୟ ସମ୍ପାଦକ ବାସୁଦେବ ତ୍ରିପାଠୀ ସଂଚାଳନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
