କେନ୍ଦ୍ରାପଡା ପଂଚାୟତ ସମିତି ବୈଠକ

ଉନ୍ନୟନ କାର୍ଯ୍ୟକୁ ନେଇ ତୁମ୍ଭି ତୋଫାନ
କେନ୍ଦ୍ରାପଡ଼ା, ୩୧/୦୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପଂଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସମିତିର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ପୈାରହିତ୍ୟରେ ଆଜି (ଶୁକ୍ରବାର) ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କୌଣସି ସୂଚନା ନ ମିଳିବାରୁ ବୈଠକରେ କେତେକ ସଦସ୍ୟ ତୁମ୍ଭି ତୋଫାନ କରିଥିଲୋ । ବିଜେପି ସମର୍ଥକ ସରପଂଚ ଓ ସମିତିସଭ୍ୟମାନେ ଏହି ଘଟଣାକୁ ନେଇ ହୋହାଲ୍ଲା କରିଥିବା ବେଳେ ଅଣଜନ ପ୍ରତିନିଧି ପଂଚାୟତ ସମିତି କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ବିଜେଡି ସମର୍ଥୀତ ସରପଂଚ, ସମିତି ସଭ୍ୟମାନେ ଦାବି କରି ଜିଲାପାଳଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଥିଲେ । ସମିତି ଅଧ୍ୟକ୍ଷା ଶ୍ରୀମତୀ ସେଠୀ ବୈଠକ ସମ୍ପର୍କରେ ଅବଗତ କରିବା ସହିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ଆରମ୍ଭ କରିଥିଲେ । ଏହାକୁ ବିଜେପି ସମର୍ଥକ ବାରୋ ସରପଂଚ ଗୋପୀନାଥ ମଲ୍ଲିକ, ଗୁଲନଗର ସରପଂଚ ସନ୍ଧ୍ୟାରାଣୀ ସାହୁ, ଢୋଲ ସମିତି ସଭ୍ୟ ଜିତେନ୍ଦ୍ର ରାଉତ ବିରୋଧ କରି କହିଥିଲେ ଯେ ଆମକୁ ପଂଚାୟତର କୌଣସି କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଉନାହିଁ । ପୂର୍ବ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଏହି ଟିପ୍ପଣୀ ଦେଇଥିବା ବେଳେ ବିଜେଡି ସମର୍ଥକ ସରପଂଚ ଓ ସମିତିସଭ୍ୟ ଏହାକୁ ଜୋରଦାର ବିରୋଧ କରିଥିଲେ । କୌଣସି ଅଣ ଜନ ପ୍ରତିନିଧି ପଂଚାୟତ ସମିତି କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସରପ ଅଶ୍ୱିନୀ ପାତ୍ର କହିଥିଲେ । ଏହାର ଜବାବରେ ବିଜେପି ସମର୍ଥକମାନେ ସରକାର ଆମର ଆମେ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ତଦାରଖ କରିପାରିବୁ । ପ୍ରଧାନମନ୍ତ୍ରୀ ଆବାସ ଓ ଭୂତ କାର୍ଡକୁ ନେଇ ବୈଠକରେ ଉଷ୍ମ ବାତାବରଣ ସୃଷ୍ଟି ହୋଇଥିଲା । ଏ ସମସ୍ତ ଘଟଣାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଟଗୋଳ ସୃଷ୍ଟି ହୋଇଥିଲା । ଏଥିରେ ବିଧାୟକ ଗଣେଶ୍ୱର ବେହେରା ହସ୍ତକ୍ଷେପ କରି କହିଥିଲେ ଯେ ସମସ୍ତେ ମିଳିମିଶି ବିକାଶମୂଳକ କାର୍ଯ୍ୟ କରିବା । ଜନପ୍ରତିନିଧିମାନଙ୍କ ପ୍ରସ୍ତାବକୁ ବିଚାର କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପଂଚାୟତ ସମିତି ଅନୁମୋଦନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବୈଠକରେ ଉପସ୍ଥିତ ସରପଂଚ ଓ ସମିତି ସଭ୍ୟମାନେ ପ୍ରସ୍ତାବ ସମ୍ବଳିତ ଏକ ଦରଖାସ୍ତ ଜିଲାପାଳଙ୍କ ଉଦ୍ଧେଶ୍ୟରେ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ସରପଂଚ ପ୍ରସନ୍ନ କୁମାର ରାଉତ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ରମାକାନ୍ତ ମଲ୍ଲିକ, ପ୍ରଦୀପ ସୂତାର, ସରୋଜିନୀ ନାୟକ, ରାଜେଶ ଖୁଂଟିଆ ପ୍ରମୁଖ ସରପଂଚ ଓ ସମିତି ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *