ଭବାନିପାଟଣା, ୩୧/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ):କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଡିଗ୍ରୀ କ୍ୟାମ୍ପସ ପରିସରରେ ୧୫ତମ ଜାତୀୟ ମତଦାତା ଦିବସ-୨୦୨୫ ପାଳିତ ହୋଇଯାଇଛି। ଅନୁଷ୍ଠାନର ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କୁ ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ଏହି ବର୍ଷର ଜାତୀୟ ମତଦାତା ଦିବସ ର ଶିର୍ଷକ ବିଷୟରେ ଆଲୋଚନା କରି ସପଥପାଠ କରାଇଥିଲେ ଏବଂ ଭାରତର ସର୍ବୋଚ୍ଚ ଗଣତାନ୍ତ୍ରିକ ପର୍ବ ମତଦାନରେ ଭାଗ ନେବା ପାଇଁ ପ୍ରେରଣା ଦେଇଥିଲେ।
ଏହି ମତଦାତା ଦିବସ ଅବସରରେ ଗତ ୨୫ ତାରିଖ ଦିନ ସରସ୍ଵତୀ +୩ ବିଜ୍ଞାନ ବିଭାଗର ୧୪ ଜଣ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସମାଜରେ ଭୋଟର ସଚେତନତା ପାଇଁ ଏକ ନାଟକ କଥା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସରସ୍ଵତୀ +୩ ବିଜ୍ଞାନ ବିଭାଗର ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ରାମ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ ଏବଂ ସଂକଳ୍ପ ସାଗର ତାଣ୍ଡି ନାଟକ କଥାରେ ମାର୍ଗଦର୍ଶନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରସ୍ଵତୀ +୩ ବିଜ୍ଞାନ ବିଭାଗର ଅଧ୍ୟାପକ ଅଭିଜିତ ପଟ୍ଟଜୋସୀ ,ଶେଫାଳୀ ଯୋଶୀ, ମଣ୍ଟୁ ଦିଶ୍ରୀ ,ତନ୍ମୟୀ ଖାଡଙ୍ଗା,ଶୋଭାସିନି ମେହେର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ ।
