ବର୍ଷାରେ ଭିଜି ସାରା ରାତି ବାତ୍ୟା ଆଶ୍ରୟସ୍ଥଳୀ ଵୁଲିଲେ ସଦର ବିଧାୟକ

କଟକ ସଦର , ୨୫/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାତ୍ୟା ଟଳିଲା। ହେଲେ କଟକ ସଦରର ନବନିର୍ବାଚିତ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୂର୍ବର ଏଵଂ ବର୍ତମାନର ସମାଜସେବାକୁ ଲୋକେ ଭୁୟସି ପ୍ରଶଂସା କରିବାରେ ଲାଗିଛନ୍ତି। ପ୍ରକାଶ ଯେ ଗତକାଲି ଗୁରୁବାର ସାରା ଦିନ ଓ ସାରା ରାତି ଵର୍ଷା ରେ ଭିଜି ଭିଜି ନିରବଚ୍ଛିନ୍ନ ଭାବେ ନିଜ କଟକ ସଦର ନିର୍ବାଚନମଣ୍ଡଳୀର ବାତ୍ୟା ଆଶ୍ରୟସ୍ଥଳୀ ସବୁକୁ ଯାଇଁ ଲୋକମାନଙ୍କ ସୁବିଧା ଅସୁବିଧା ବୁଝି ଥିବା ଜଣାପଡିଛି। ଏପରି କି ଆଶ୍ରିତ ଲୋକଙ୍କୁ ଦିଆଯାଇଥିବା ରନ୍ଧା ଖାଦ୍ୟକୁ ନିଜେ ଚାଖି ମାନ ପରୀକ୍ଷା କରିଥିଲେ। ଯାହା ଫଳରେ ଲୋକଙ୍କ ମନୋବଳ ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ବିଧାୟକ ଙ୍କ ଏତାଦୃଶ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା ଓ ସ୍ୱ।ଗତ କରାଯାଇଛି। ସେହିପରି ଉକ୍ତ ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନ ଜିତି ଥିବା ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଏଭଳି ଦୂର୍ଵିପାକ ସମୟରେ ଲୋକଙ୍କ ପାଖକୁ ନଆସି କେବଳ ସାଧାରଣ ଲୋକଙ୍କ ଭଳି ଲୋକଦେଖାଣିଆ ଭାବେ ବୁଧବାର ଦିନ ସଦର ଵ୍ଲକକୁ ତଥାକଥିତ ହାତଗଣତି କେତେକ ସମର୍ଥକଙ୍କୁ ନେଇ ଵିଡିଓ ରୁମନା ଜାଫ୍ରି ଙ୍କ ସହିତ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ଫେରିଯିବା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *