ଅନଲାଇନ ଗେମ ଖେଳି ଜୀବନ ହାରିଲେ ଯୁବକ 

ସାଲେପୁର, ୦୩/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-  ଯୁବକଙ୍କୁ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ହେଲା କାଳ । ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହରାଇବା ପରେ ସମ୍ପୃକ୍ତ ଯୁବକ  ଆତ୍ମହତ୍ୟାର ବାଟ ବାଛିନେଲେ । କଟକ ଜିଲ୍ଲା ଜଗତପୁର ଥାନା  ପାଗାଫାଣ୍ଡି ଅଧୀନ ବହୁଗ୍ରାମ ବଣିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ମୃତ ଯୁବକ   ବହୁଗ୍ରାମ ବଣିଆ ସାହିର ମନୋଜ ସାହୁ । 

ସୂଚନା ମୁତାବକ , ମନୋଜ ସାହୁ ଅନଲାଇନ ଗେମରେ ବହୁ ଅର୍ଥ ହରାଇଥିଲେ ।ଏହାପରେ ସେ ଟଙ୍କା ଧାର ଉଧାର କରିବାକୁ ବାଧ୍ୟ ହୋଇଥିଲେ ।  ମନୋଜ  ଟଙ୍କା ସୁଝିନପରିବାରୁ ପ୍ରବଳ ଚାପରେ ରହୁଥିବାର ସୂଚନା ମିଳିଛି।  ତିନି ଦିନ ହେବ ମନୋଜ ଘରୁ କେଉଁଆଡେ ଚାଲିଯାଇଥିଲେ । ଚିନ୍ତିତ ପରିବାର ଲୋକେ ପାଗାଫାଣ୍ଡିରେ ଅଭିଯୋଗ କରିଥିଲେ ।  ଗୁରୁବାର ଦିନ ମନୋଜଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଧାର ଟଙ୍କା ସୁଝିନପାରିବାରୁ ମନୋଜ ଜୀବନହାରିଥିବା ସ୍ପଷ୍ଟ ହୋଇଥିଲା । ଅଗ୍ନିଶମ କର୍ମଚାରୀ ମାନେ  ଗଛରୁ ମୃତଦେହ ଉଦ୍ଧାର କରିଥିବାବେଳେ, ପାଗା ଫାଣ୍ଡି ପୋଲିସ  ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *