ବ୍ରହ୍ମପୁର,୧୨/୧୧/୨୦୨୪ (ଓଡ଼ିଶା ସମାଚାର)-ବ୍ରହ୍ମପୁର ଠାରେ ପାଳିତ ହେଉଥିବା ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଅବସରରେ, ଡ.ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ତରଫରୁ କବିତା ଆସର ପାଳିତ ହୋଉ ଯାଇଅଛି । ସେଥିରେ ଉଦ୍ଘାଟକ – ଶ୍ରୀ ବିଜୟ କୁମାର ପଣ୍ଡା CDMO ବ୍ରହ୍ମପୁର, ମୁଖ୍ୟ ଵକ୍ତା – ସୁଶ୍ରୀ ମମତା ପାଢ଼ୀ (ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତଥା ସମାଜ ସେବୀ), ବିଶିଷ୍ଟ ଅତିଥି – ବନ୍ଦିତା ତ୍ରିପାଠୀ (ପ୍ରତିଷ୍ଠାତା ସଭାପତି, ସୃଜନୀ), ମୁଖ୍ୟ ଅତିଥି – ଶ୍ରୀ ହରେକୃଷ୍ଣ ପଣ୍ଡା (ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ), ସମ୍ମାନିତ ଅତିଥି – ଶ୍ରୀ ବଂଶୀଧର ସେଠୀ (ବିଶିଷ୍ଟ ସାହିତ୍ୟିକ), ସଭାପତି – ଶ୍ରୀ ପୂର୍ଣ୍ଣିଚନ୍ଦ୍ର ବେହେରା (ପ୍ରାକ୍ତନ ପ୍ରଧାନ ଶିକ୍ଷକ), ସଂପାଦକ – ଶ୍ରୀ ପଞ୍ଚାନନ ସୁର (ପ୍ରାକ୍ତନ କଳା ଅଧ୍ୟାପକ), ଟ୍ରଷ୍ଟି – ଶ୍ରୀମତୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ(ଅଧ୍ୟାପିକା ତଥା ସାହିତ୍ୟିକ), ସଂଯୋଜିକା – ଶ୍ରୀମତୀ ପଦ୍ମିନୀ ମିଶ୍ର (କବି ଓ ସାହିତ୍ୟିକ) ଅତିଥି ହୋଇଥିଲେ । ଅବଦୁଲ କଲାମ ଟ୍ରଷ୍ଟ ତରଫରୁ ପଚାଶ ଜଣ କବି ଓ ପଵୟିତ୍ରୀ ମାନଙ୍କୁ ସେମାନଙ୍କର କବିତା ପାଠ ପାଉଁ ମାନପତ୍ର ଓ ଫଳକ ଦେଇ ସମ୍ମାନିତ କରାଯାଉ ଥିଲା ଓ ବୃକ୍ଷପ୍ରେମୀ ଶ୍ରୀ କୁମାର ସାହୁ, ନୂଆସାହି, ଖଲ୍ଲିକୋଟ ଙ୍କୁ “ସବୁଜ ସମ୍ମାନ” ରେ ସମ୍ମାନିତ କରାଗଲା । ପାଠୋତ୍ସବ ରେ ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ, ଶ୍ରୀ ମତୀ ସରୋଜବାଳା ପଟ୍ଟନାୟଜ, ଶ୍ରୀମତୀ ମିତା ରାଣୀ ପଟ୍ଟନାୟକ, ଶ୍ରୀ ଅଜିତ ଭାର୍ଗବ ଓ ଅନ୍ୟାନ୍ୟ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ସେହିଦିନ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ତରଫରୁ, ମେଳା ର ସଭାପତି ଶ୍ରୀ ସୁଶାନ୍ତ ଦାଶ ଓ ଅନ୍ୟାନ୍ୟ ଅତିଥିଙ୍କର ଗହଣ ରେ ଅବଦୁଲ କଲାମ ର ସଭାପତି ଶ୍ରୀ ପୂର୍ଣ୍ଣିଚନ୍ଦ୍ର ବେହେରା ଓ ସମ୍ପାଦଜ ଶ୍ରୀ ପଞ୍ଚାନନ ସୁର ଫଳକ ଓ ଉପଢୌକନ ସହ ସମ୍ମାନିତ ହୋଇଥଲେ । ଶେଷରେ ସଭାପତି ଙ୍କ ଦ୍ୱାରା ସଭାସାଙ୍ଗ କରାଗଲା ।