କଟକ ସଦର, ୨୯/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ ଙ୍କୁ ଆଜି ବୁଧବାର ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା
ସହିତ କାର୍ଯ୍ୟରେ ଯୋଗ ଦେଇଥିବା ନବାଗତ ପ୍ରଶାନ୍ତ କୁମାର ନାୟକ ଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ମିଶ୍ର, ଉପାଧ୍ୟକ୍ଷା ସୁଭଦ୍ରା ଦାସ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଓ ବିଡ଼ିଓ ମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ବିଦାୟୀ ଉନ୍ନୟନ ଅଧିକାରୀ ସୁବାସ ରାୟ କୈ। ଣସି ବିଭାଗ କୁ ନଯାଇ ସରକାରଙ୍କ ଅଧିନକୁ ଯାଇଥିବା ବେଳେ ତାଙ୍କ ସ୍ଥାନ ରେ ଯୋଗ ଦେଇଥିବା ପ୍ରଶାନ୍ତ ନାୟକ ଅନୁଗୁଳ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ରୁ ଆସିଥିବା ଜଣାପଡିଛି।
କଟକ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ବିଦାୟକାଳୀନ ଓ ନବାଗତ ଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା
