ଉତ୍କଳ ହସ୍ପିଟାଲରେ  76 ତମ ଗଣତନ୍ତ୍ର ଦିବସ ପାଳନ 

ଭୁବନେଶ୍ୱର,୨୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୀଳାଦ୍ରି ବିହାରରେ  ଅବସ୍ଥିତ ଉତ୍କଳ ହସ୍ପିଟାଲ ଭାରତର 76 ତମ ଗଣତନ୍ତ୍ର ଦିବସକୁ ଦେଶାତ୍ମବୋଧକ ଉତ୍ସାହ ଏବଂ ସମ୍ପ୍ରଦାୟିକ ଉତ୍ସାହ ସହିତ ପାଳନ କରିଥିଲା। ଏହି କାର୍ଯ୍ୟକ୍ରମ ରେ କର୍ମଚାରୀ, ରୋଗୀ ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ, ଯାହା ଏକ ଜୀବନ୍ତ ଏବଂ ସମାବେଶୀ ପରିବେଶ ସୃଷ୍ଟି କରିଥିଲା। ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର, ଡ ପ୍ରଜ୍ଞାନ ରଞ୍ଜନ ଘଡେ଼ଇ, ଡିନ ଏକାଡେମୀକ ପ୍ର(ଡ)ପ୍ରଫୁଲ୍ଲ କୁମାର୍ ଦାସ,ହସ୍ପିଟାଲର ଓଙ୍କୋଲୀ ବିଭାଗୀୟ ମୁଖ୍ୟ ଏବଂ ଡାଇରେକ୍ଟର ମେଡିଆଲ ସର୍ଭିସେସ  ଡ଼ ରଞ୍ଜନ କୁମାର ମହାପାତ୍ର ଏବଂ  ବରିଷ୍ଟ ଡାକ୍ତର ଏବଂ ଅଧିକାରୀ ମାନଙ୍କ ଦ୍ଵାରା  ଜାତୀୟ ପତାକା ଉତ୍ତୋଳନ ସହିତ ଜାତୀୟ ସଙ୍ଗୀତର ସୁମଧୁର ଉପସ୍ଥାପନା ସହିତ ଦିନ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ଏକତା, ସେବା ଏବଂ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତତାର ଗୁରୁତ୍ୱ ଉପରେ ଗୁରୁତ୍ୱ ଦେଇଥିଲା, ଯାହା ଉତ୍କଳ ହସ୍ପିଟାଲର ମୂଳ ମୂଲ୍ୟବୋଧ ସହିତ ଘନିଷ୍ଠ ଭାବରେ ମେଳ ଖାଉଛି। ସମାବେଶକୁ ସମ୍ବୋଧିତ କରି। ହସ୍ପିଟାଲର ମ୍ୟାନେଜିଂ ଡlଇରେକ୍ଟର ଡ଼ ପ୍ରଜ୍ଞାନ ରଂଜନ ଘଡେ଼ଇ କହିଥିଲେ ଆମର ପୁର୍ବଜ ମାନଙ୍କ ବଳିଦାନ ଯୋଗୁଁ ଅମେଜେଉଁ ଅମୂଲ୍ୟ ସମ୍ବିଧାନ ଓ ସ୍ଵାଧୀନତା ପାଇଛେ ତା ଦ୍ଵାରା ଆମେ ଏବେ ଉନ୍ନତିର ପଥରେ ଆଗେଇ ଚାଲିଛେ । ଡିନ୍ ଏକାଡେମୀକ  ପ୍ରଫେସର୍ ଡ଼ ପ୍ରଫୁଲ୍ଲ କୁମାର ଦାସ କହିଲେ ଆମଦେଶରେ ପ୍ରତ୍ୟେକ ନାଗରିକ ସମସ୍ତ ସ୍ଵାଧୀନତା ପାଇଛନ୍ତି, ଡlଇରେକ୍ଟର ମେଡିକାଲ୍ ସର୍ଭିସେସ ଡ ରଞ୍ଜନ କୁମାର ମହାପାତ୍ର କହିଲେ ଉତ୍କଳ ହସ୍ପିଟାଲ ଏବେ ପୂର୍ବ ଭାରତର ଏକ  ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି । ଜି.ଏମ୍. mentenance ମିଷ୍ଟର ସୈଖ ସିକନ୍ଦର ବକ୍ତ ଅଲ୍ଲି କହିଥିଲେ ଯେ ଆମ ସମ୍ବିଧାନ ଅନୁସାରେ ଆମ ଦେଶ ଠିକ୍ ଚାଲିଛି, ଡ ପ୍ରତିଭା ମିଶ୍ର କହିଥିଲେ ଆମ ଉତ୍କଳ ହସ୍ପିଟାଲ କାର୍ଯ୍ୟ ସଂସ୍କୃତି ବହୁତ ଭଲ ଫଳରେ ହସ୍ପିଟାଲର ସୁନାମ ଦିନକୁ ଦିନ ବଢି ଚାଲିଛି ,କର୍ମଚାରି ମାନଙ୍କ ଉଦ୍ଦେଶ୍ୟରେ ସି. ଓ. ଓ. ଶ୍ରୀ ମାନଭ କହିଥିଲେ ଯେ ଯେଉଁଭଳି ଭାବେ ଆମ ସମ୍ବିଧାନ ଯୋଗୁଁ ଦେଶ ଆଗେଇ ଚାଲିଛି ସେମିତି ଆମ ହସ୍ପିଟାଲର ନିୟମ ମାନି ସେବାଯୋଗାଇ ଦେଲେ ହସ୍ପିଟାଲର ସୁନାମ ବଢିବ । ଏହି ଅବସରରେ ଡ ଅନନ୍ତ ଅଗସ୍ତି, ଡ ନିହାରିକା ପଟ୍ଟନାୟକ ଏବଂ ନର୍ସିଂ ସୂପରିଟେ ଡେଣ୍ଡ Mrs.L.A. Kutty ପ୍ରମୁଖ ଦେଶ ଉଦ୍ଦେଶ୍ୟରେ ତାଙ୍କର ସମ୍ଭାଷଣ ରଖିଥିଲେ  । ଶେଷରେ ମିଷ୍ଠାନ ବଣ୍ଟନ ହୋଇ ଥିଲା ।

Leave a Reply

Your email address will not be published. Required fields are marked *