ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସେମିଫାଇନାଲରେ ପାଟଣାଗଡ ଦଳ

ଜୁନାଗଡ, ୨୦/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଚାଲିଥିବା ଆନ୍ତରାଜ୍ୟ  ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଚତୁର୍ଥ ଦିନ ରେ ଜେକେ ପୁର ବନାମ ପାଟଣାଗଡ ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ଦଳ  ପ୍ରଥମେ ଟସ୍ ଜିତି ଫିଲିଡ଼ିଂ କରିବାର ନିଷ୍ପତ୍ତି ନେଇଥିଲେ ।  ଜେକେପୁର ଦଳ ପ୍ରଥମେ ବ୍ୟାଟିଂ କରି ସ ୨୯. ୪ ଓଭରରେ ରେ ସମସ୍ତ ଉଇକେଟ ୧୭୧ ରନ୍ କରିଥିଲେ । ଏହାର ଜବାବ ରେ ପାଟଣାଗଡ ୨୯. ୧ ଓଭରରେ ରେ ୯ ୱିକେଟ ହରାଇ ୧୭୨ ରନ୍ ସଂଗ୍ରହ କରି ବିଜୟୀ ହେବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ମ୍ୟାଚରେ ଅମ୍ପାୟାର ଭାବେ ନୀତିଶ ମହାପାତ୍ର, ବିପ୍ଲବ ସିଂ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର  ପରମେଶ୍ବର ପୋଢ଼ ଓ ମାନସ ସାହୁ, ସତିଶ ପ୍ରଧାନ, ବିନୟ ସାହୁ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ପୂର୍ବ ଏନଏସି ଇଓ ଈଶ୍ୱର ପୂଝାରୀ , ବକ୍ସିତୁଲସିପାଲି ସରପଞ୍ଚ ଦିବ୍ୟ ଦୀପ, ସମ୍ବାଦିକ ବିଭୁ ପ୍ରସାଦ ପାଢ଼ୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ନ୍ୟୁରେଡ଼ଷ୍ଟାର ସ୍ପୋର୍ଟସ କ୍ଲବର ସଭାପତି ହିମାଂଶୁ ଶେଖର ବରାଡ, ଉପସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ପ୍ରମୁଖ   କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତାକାଲି ଜୟପୁର ବନାମ ପାଟଣାଗଡ଼ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *