ମାହାଙ୍ଗା ୨୭/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ଗ୍ରାମରେ ଥିବା ଶ୍ରୀଶ୍ରୀ ଅନନ୍ତଗୋପାଳ ଆଶ୍ରମ (ଛୁଆବାବା ମଠ) ପରିସରରେ ନବନିର୍ମିତ ଅନନ୍ତଗୋପାଳଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ଆସନ୍ତା ୨୭ ତାରିଖ ସୋମବାର ଅଙ୍କୁରାରୋପଣ, ୨୮ ତାରିଖରେ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହେବ। ୨୯ ତାରିଖରୁ ଯଜ୍ଞ ଆରମ୍ଭ ହୋଇ ୩୧ ତାରିଖରେ ପୂର୍ଣ୍ଣାହୁତି ଦିଆଯିବ। ୩୦ ତାରିଖରେ ଅପରାହ୍ନରେ ଏହି ଅବସରରେ ସାଧୁ ସମ୍ମିଳନୀ ହେବା ସହ ବିଭିନ୍ନ ଦିବସରେ କୁନି ପ୍ରବଚକ କେଶବ ଦ୍ୱିତୀକୃଷ୍ଣ ଓ ଶ୍ରୀଶ୍ରୀ ଅମୃତାନନ୍ଦ ମହାରାଜ ପ୍ରବଚନ ପ୍ରଦାନ କରିବେ। ଶେଷ ଦିନ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୁବାସ ଦାସ ଓ ଶୈଳଭାମା ମହାପାତ୍ର ଭଜନ ପରିବେଷଣ କରିବେ ବୋଲି ମଠାଧୀଶ ବାବା ଶ୍ରୀଶ୍ରୀ କମଳାକାନ୍ତ ଦାସ ମହାରାଜ (ଛୁଆବାବା) ସୂଚନା ଦେଇଛନ୍ତି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ବିଶ୍ୱଶାନ୍ତି ଯଜ୍ଞରେ ସାମିଲ ହେବା ସହ ହରିନାମ ଶ୍ରବଣ କରିବାକୁ ମଉଦା ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ମଉଦା ରେ ଅନନ୍ତଗୋପାଳ ମନ୍ଦିର ପ୍ରତିଷ୍ଠା ଅବସରରେ ବିଶ୍ୱଶାନ୍ତି ଯଜ୍ଞ
