ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼

ଡେଲାଙ୍ଗ,୨୬/୦୧/୨୦୨୫ (ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ପୁରୀ ଜିଲ୍ଲା ଡେଲାଙ୍ଗ ହରିରାଜପୁର ଅଞ୍ଚଳରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ରାସ୍ତାରେ ପଥର ଗଦା କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିଥିଲା। ଏହାକୁ କେନ୍ଦ୍ର କରି ରବିବାର ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଗୋଟିଏ ପରିବାର ପକ୍ଷରୁ ଅନ୍ୟ ଏକ ପରିବାରର ଘର ସମ୍ମୁଖରେ ବୋମାମାଡ଼ କରାଯାଇଛି। ୩ଟି ବୋମା ଫୁଟିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଡେଲାଙ୍ଗ ପୋଲିସ, ହରିରାଜପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୋଲିସ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *