କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ବନ୍ଧୁ ମିଳନ ଉତ୍ସବ 

ଗରଦପୁର, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)-କୁଦାନଗରୀ ସରକାରୀ ଉଚ ବିଦ୍ୟାଳୟ ପରିସରରେ ଗରଦପୁର ବ୍ଲକ୍ ର ଅବସରପ୍ରାପ୍ତ ଓ କାର୍ଯ୍ୟରତ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ର ୨ୟ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ପ୍ରମୋଦ କୁମାର ରାଉତ ସଭାପତିତ୍ୱ କରିଥିଲେ । ମୋହିନୀ କୁମାରୀ ନାୟକ ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦିବଂଗତ ଶିକ୍ଷକ ମାନଙ୍କ ଉଦେଶ୍ୟରେ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିତ ଓ ବର୍ତମାନ କ୍ରୀଡ଼ାର ସମୀକ୍ଷା କରି କିଭଳି ବ୍ଲକ୍ ରେ କ୍ରୀଡ଼ାର ଉନ୍ନତି ହୋଇ ପାରିବ , କାର୍ଯ୍ୟରତ କ୍ରୀଡ଼ା ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଡ଼େରାବିଶ ବ୍ଲକ୍ ର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଗଜେନ୍ଦ୍ର କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ରୀଡ଼ା କୌଶଳ ବିଷୟରେ ଶିକ୍ଷକ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟତମ ଅତିଥି ଗୁରୁଚରଣ ମିଶ୍ର କ୍ରୀଡ଼ା କ୍ଷେତ୍ରରେ ଦେଖା ଦେଇଥିବା ସରକାରୀ ସ୍ତରରେ ଅସୁବିଧା କିଭଳି ସୁଚାରୁ ରୂପେ ସମାଧାନ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ସ୍ୱାଇଁ, ଲୋକନାଥ ମହାନ୍ତି , ସୁଶାନ୍ତ କୁମାର ଦାସ  କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ କ୍ରୀଡ଼ା ଶିକ୍ଷକ ଅରୁଣ ମହାନ୍ତି , କୈଳାଶ ଚନ୍ଦ୍ର ରାଉତ, ରଂଜନ କୁମାର ପୃଷ୍ଟି , ଧମେଶ୍ୱର ପୃଷ୍ଟି, ପ୍ରଭାକର ପରିଜା, ବିଜୟ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ଦଳାଇ, ପଂଚାନନ ଗେଙ୍ଗଇ,ଆସିଷ ଜେନା, ପ୍ରସନ୍ନ ମଲିକ, ଜାନକୀ ମହାନ୍ତି, ତାପସ ମହାନ୍ତି , ହରିହର ନାଥ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *