ବୁଝାମଣାରେ କଟନୀ ଛଟନୀ ହୋଇ ମଣ୍ଡି ରୁ ଉଠିଲା ଧାନ,

କଟକ ଜିଲ୍ଲାରେ ଅଣଧାନ ଜମି ଜାଲିଆତି ଧରିଲା ସାଟେଲାଇଟ୍ ସର୍ଭେ

କଟକ ସଦର ,୨୩/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟନୀ ଛଟନୀ କୁ ନେଇ ସବୁ ମଣ୍ଡିରେ ବିବାଦ ଦେଖାଦେଇଥିଲା ବେଳେ ଏଵେ ଚାଷୀ, ସମିତି ଓ ମିଲର ମଧ୍ୟରେ ଏକ ପ୍ରକାର ବୁଝାମଣା ହୋଇ ଧାନ ସୁରୁଖୁରୁରେ ଉଠୁଥିବା ଜଣାପଡିଛି। ସେଥିରେ ପୂର୍ଵ ବର୍ଷ ତୁଳନାରେ ଧାନ ବିକ୍ରି ମୂଲ୍ୟ ବଢ଼ିଥିବା ରୁ ଏହାର ଫାଇଦା ଉଠାଇବା ପାଇଁ ଅଣଧାନ ଜମି କୁ ଧାନ ଜମି ଭାବେ ପଞ୍ଜିକୃତ କଲେ ଚାଷୀ। ଫଳରେ ଆଶ୍ଚର୍ଯ୍ୟ ଜନକ ଭାବେ ପୂର୍ବ ବର୍ଷ ତୁଳନାରେ ଦୁଇଗୁଣା ଅଧିକ ଜମି ଧାନ ଜମି ଭାବେ ପଞ୍ଜିକୃତ ହେଲା। କଟକ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ୬୬ ହଜାର ଚାଷୀଙ୍କ ଠାରୁ ୧୫ ଲକ୍ଷ ୫୨ ହଜାର କୁଇଣ୍ଟାଲ ଧାନ କିଣା ଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ହେଲେ ପଞ୍ଜିକୃତ ହୋଇଥିବା ଜମିର ପରିମାଣ କୁ ନେଇ ସନ୍ଦେହ ଉପୁଜିବା ରୁ ସାଟେଲାଇଟ୍ ସର୍ଭେ କରାଯାଇଛି। ଏଥିରୁ ଏଵେ ୧ଲକ୍ଷ ୨୪ ହଜାର ପ୍ଲଟ ଅଣଧାନ ଜମି ବୋଲି ଧରାପଡ଼ି ଥିବା ବେଳେ ଆହୁରି ଅନେକ ଧରାପଡିଵ ବୋଲି ଚର୍ଚ୍ଚା ହେଉଛି। ସେଥିରେ ଅଣଧାନ ଜମି କୁ ଦର୍ଶାଇ ଟୋକନ୍ ହାତେଇ ଧାନ ବିକ୍ରି କରିଥିବା କ୍ଷତିର ଭରଣା କେମିତି ହେବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *