ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଲାଗିଲା ୬୩ କେଭି ବିଦ୍ୟୁତ୍  ଟ୍ରାନ୍ସଫରମର : ଉଠା ଜଳସେଚନ ବିଭାଗ କାଲି ଠାରୁ ଛାଡ଼ିବ ପାଣି 

ନିରାକାରପୁର, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)-  କେନାଲ ଜରିଆରେ ଜମିକୁ ପାଣି ଛାଡ଼ିବା ଓ ମରୁଡି ଘୋଷଣା ପାଇଁ ଗତ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆଞ୍ଚଳିକ ଚାଷୀ କମିଟି ତରଫରୁ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯିବା ପରେ ଗତ କାଲି ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା  ଜିଲ୍ଲାପାଳଙ୍କ  ସହିତ   ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ରାମେଶ୍ବର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ରେ ୨୫ କେଭି ବଦଳରେ ତୁରନ୍ତ ୧୦୦କେଭି ବିଦ୍ୟୁତ୍ ଟ୍ରାନ୍ସଫରମର ବସାଇ ପମ୍ପ ଯୋଗେ କେନାଲରେ ପାଣି ଯୋଗାଇ ଚାଷ ବଞ୍ଚାଇବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଫସଲ ଅମଳ ପରେ ମରୁଡି ଘୋଷଣା ସହିତ ଅନ୍ୟ ଦାବି ଗୁଡ଼ିକ ପର୍ଯ୍ୟାୟ କ୍ରମେ ବିଚାର କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଦ୍ୟୁତ୍ ବିଭାଗ ଏକ ୬୩ କେଭି ଟ୍ରାନ୍ସଫରମର ଲାଗିଥିବାବେଳେ ଆସନ୍ତାକାଲି ଉଠା ଜଳସେଚନ ବିଭାଗ ପକ୍ଷରୁ ୫ ଟି ୧୦ ଏଚ୍ ପି ପାଣି ପମ୍ପ ଜରିଆରେ ପାଣି କେନାଲକୁ ଛଡାଯିବ ବୋଲି ଉଠା ଜଳସେଚନ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମାଝୀ ଜଣାଇଛନ୍ତି। ଏଣେ କେନାଲ ପାଣି କାଳେ ପୁନର୍ବାର ନଦୀକୁ ଚାଲି ଯିବ ସେଥିପାଇଁ ନିରାକାରପୁର ପଟ ଗେଟ କୁ ବାଲି ବସ୍ତାରେ ବନ୍ଦ କରିବା କାର୍ଯ୍ୟ କରାଯାଉଛି।  ତେଣୁ ମଙ୍ଗଳବାର ଦିନ କେତେ ବେଳେ କେନାଲରେ ପାଣି ଛଡ଼ା ଯାଉଛି ତାହା ଦେଖିବାକୁ ବାକି ରହିଲା। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୦୦ କେଭି ବିଦ୍ୟୁତ୍ ଟ୍ରାନ୍ସଫରମର ଲାଗିବା ସ୍ଥଳେ ବିଦ୍ୟୁତ୍ ବିଭାଗ ୬୩ କେଭି ଲାଗିଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *