କଟକ ସଦର, ୨୩/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଵାଲିସୁକ୍ରି ଗ୍ରାମର ପ୍ରକାଶ ଗୋଛାୟତ (୩୫) ରଙ୍ଗ ମହଲ ଯାତ୍ରା ପାର୍ଟିରେ ଆନାଉନସର (ପ୍ରଚାରକ) ଭାବେ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ତାଳ ସରଚୁଆ ଠାରେ ପ୍ରଚାର ଗାଡି ଇନଭୋଟର କରେଣ୍ଟ ଆଘାତ ରେ ମୃତ୍ୟୁ ବରଣ କରିଥିଲେ। ଶଵ ପୋଷ୍ଟମର୍ଟମ ହୋଇ ଗ୍ରାମକୁ ଫେରିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଖଵର ପାଇ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୃତକ ପ୍ରକାଶଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଶ୍ମଶାନ କୁ ଯାଇଁ ଶଵ ଦାହ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।
ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ମଶାଣିରେ ଶଵ ଦାହରେ ଯୋଗ ଦେଲେ ବିଧାୟକ
