(ଓଡିଶା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ )
କଳାହାଣ୍ଡି ,୨୧/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -ବାଲେଶ୍ଵର ବିଜୁ ପଟ୍ଟନାୟକ ଇନ୍ ଡ଼ୋର ହଲ ଠାରେ ଗତ ୩ ଦିନ ଧରି ଚାଲିଥିବା ଓଡିଶା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ କଳାହାଣ୍ଡିର ବରିଷ୍ଠ ଖେଳାଳିମାନେ ଚମକି ଛନ୍ତି। ୪ଟି ବର୍ଗରେ ସେମାନେ ଚାମ୍ପିୟନ ହୋଇ ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କଳାହାଣ୍ଡିର ମହେଶ କୁକରେଜା ୫୦ବର୍ଷରୁ ଊର୍ଦ୍ଧ୍ୱ (ଡବଲ୍ସ)ରେ ଚାମ୍ପିୟନ ହୋଇଥିବା ବେଳେ ୫୫ ବର୍ଷରୁ ଉର୍ଦ୍ଧରେ ସମୀର କୁମାର ସାହୁ ଚାମ୍ପିୟନ ହୋଇଛନ୍ତି। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ (ସିଙ୍ଗଲ୍ସରେ) ଗୌରୀ ଶଙ୍କର ବିଶି ଓ ୭୦ବର୍ଷରୁ ଉର୍ଦ୍ଧରେ ମନୋରଞ୍ଜନ ଦାସ ଚାମ୍ପିୟନ ହୋଇଛନ୍ତି।ଏହି ସଫଳତା ପରେ ଜିଲାର ବିଭିନ୍ନ ମହଳରୁ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ଚମକିଲେ କଳାହାଣ୍ଡିର ବରିଷ୍ଠ ଖେଳାଳି ।
