ଭୁବନ ୨୦/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ଙ୍କ ପିତା ମହେଶ୍ୱର ନନ୍ଦ (୮୧)ଙ୍କ ର ଗତ ଶନିବାର ରାତି ମସ୍ତିକାଘାତ ରେ ପରଲୋକ ହୋଇଯାଇଛି। ଏ ସମ୍ପର୍କରେ ଖବର ପାଇ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ସୋମବାର ସନ୍ଧ୍ୟାରେ ସାମ୍ବାଦିକ ଶ୍ରୀ ନନ୍ଦ ଙ୍କ ଓଡିଶ ଗୃହରେ ପହଞ୍ଚି ଶୋକାକୁଳ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ। ପୂର୍ବତନ ଅର୍ଥ ମନ୍ତ୍ରୀ ଡଃ ଘଡେ଼ଇ ଙ୍କ ସହ ସୁକିନ୍ଦା ଯୁବରାଜ କ୍ଷୀତୀଶ ଚନ୍ଦ୍ର ସିଂଦେଓ,ସୁକିନ୍ଦା ବ୍ଲକ ଅଧକ୍ଷ ଦିବ୍ୟରଞ୍ଜନ ବରାଳ, ଜିଲ୍ଲାପରିଷଦ ସଭ୍ୟ ଜେମା ଚାଖି, କାଳିଆପାଣି ସରପଞ୍ଚ ବିକାଶ ପାତ୍ର, ସମାଜସେବୀ ଆଶିଷ କୁମାର ଜେନା,ସୁକିନ୍ଦା ସରପଞ୍ଚ ସ୍ୱାଧୀନ ଦାସ, ବିମଳେନ୍ଦୁ ବେହୁରା,ବିଜେଡି ବ୍ଲକ ସଭାପତି ବିବେକାନନ୍ଦ ବୋଷ, ବଳରାମ ଦାସ ଓ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ, ସାମ୍ବାଦିକ ଶ୍ରୀ ନନ୍ଦ ଭୁବନ ଓ କାଳିଆପାଣି ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି ।
ସାମ୍ବାଦିକ ଙ୍କ ଶୋକାକୁଳ ପରିବାର କୁ ଭେଟିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇ
