ଭୁବନ ଏନ୍ ଏ ସି ରେ ନୂତନ ନିର୍ବାହୀ ଅଧିକାରୀ ଙ୍କ ଯୋଗଦାନ

ଭୁବନ ୨୦/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଲୋକନାଥ ବେଜ୍ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ପୂର୍ବତନ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ବେଜ ଆସ୍କା ଏନ୍ ଏ ସି ରୁ ଏଠାକୁ ବଦଳି ହୋଇ ଆସିଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ତାଳପଦା ବାସିନ୍ଦା ଶ୍ରୀଯୁକ୍ତ ଵେଜ୍ ୧ ଅପ୍ରେଲ ୧୯୯୦ ମସିହାରେ ପ୍ରଥମେ ପାଲଲହଡ଼ା ରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ଅନୁଗୁଳ କଲେକ୍ଟରୋଟ ରେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ନୂତନ ନିର୍ବାହୀ ଅଧିକାରୀ ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ । ଜଣେ ସ୍ୱଚ୍ଛ ନିର୍ମଳ ଓ ଦୁର୍ନୀତିମୁକ୍ତ ଅଫିସର ଭାବେ ଜଣାଶୁଣା ଶ୍ରୀଯୁକ୍ତ ଵେଜ ଭୁବନ ଏନ୍ ଏ ସି ରେ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବିଦାୟୀ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଭୁବନରେ ପ୍ରଥମେ ଅତିରିକ୍ତ ତହସିଲଦାର ଓ ପରେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଶ୍ରୀଯୁକ୍ତ ବେହେରା ବଦଳି ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *